ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଦିବାନେ-୩’ ସୁପରହିଟ୍ ଶୋ’। ଏହି ଶୋ’ର ପ୍ରତିଯୋଗୀଙ୍କ ସମେତ ଜଜ ଓ ହୋଷ୍ଟ ବି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ସୋକୁ ଦର୍ଶକ ମିସ୍ କରିବାକୁ ଚାହୁଁ ନ ଥିବା ବେଳେ ଏହାର ଟିଆରପି ବି ଖୁବ୍ ଉପରେ।
ଏହି ଶୋ’ର ଜଜ୍ ସିଟ୍ରେ ଧକ୍ ଧକ୍ ଗାର୍ଲ ମାଧୁରୀ ବସୁଥିବା ବେଳେ ତାଙ୍କ ସହ କୋରିଓଗ୍ରାଫର ଧର୍ମେଶ ଓ ତୁଷାର କାଲିଆ ଦେଖାଦେଇଥାନ୍ତି। ଅପରପକ୍ଷେ, କମେଡି କୁଇନ ଭାରତୀ ନିଜ ସ୍ୱାମୀ ହର୍ଷଦ ଲାମ୍ବିଚିଆଙ୍କ ସହ ଶୋ’କୁ ହୋଷ୍ଟ କରି କମେଡିର ଭରପୂର ତଡ଼କା ଲଗାଇଥାନ୍ତି। ଆଜି ଜାଣିବା ପ୍ରତି ଶୋ’ ପିଛା ଜଜ୍ମାନେ ଏହି ପ୍ରୋଗ୍ରାମକୁ କେତେ ରୋଜରାଗ କରିଥାନ୍ତି।
ଡ୍ୟାନ୍ସ କୁଇନ୍ ମାଧୁରୀ ଏବେ ବଡ଼ ପରଦା ଅପେକ୍ଷା ରିଆଲିଟି ସୋରେ ବେଶ୍ ଆକ୍ଟିଭ ଅଛନ୍ତି। ସେ ‘ଡ୍ୟାନ୍ସ ଦିବାନେ’ ର ହଟ୍ ସିଟ୍ରେ ବସି ପ୍ରତିଯୋଗୀଙ୍କୁ ଜଜ୍ କରୁଥିବା ବେଳେ ତାଙ୍କ ସ୍ମାଇଲରେ ସମସ୍ତେ ଫିଦା। ବଡ଼ ପରଦାରୁ ଦୂରେଇ ଯାଇଥିଲେ ବି ମାଧୁରୀଙ୍କ କ୍ରେଜ ଏବେ ବି କମିନି। ‘ଡ୍ୟାନ୍ସ ଦିବାନେ’ ସୋରେ ମାଧୁରୀ ହାଇଏଷ୍ଟ ପେଡ ଜଜ୍ ହୋଇଥିବା ବେଳେ ସୋ ପିଛା ସେ ୧-୨ କୋଟି ଚାର୍ଜ କରିଥାନ୍ତି।
ମାଧୁରୀଙ୍କ ପରେ ଧର୍ମେଶ ବି ଏହି ସୋର ଜଣେ ପପୁଲାର ଜଜ୍। ସେ ପ୍ରତି ଏପିସୋଡ ପିଛା ୬ରୁ ୮ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ସେହିପରି ତୁଷାର କାଲିଆ ବି ପ୍ରତି ସୋ ପିଛା ୧୦ରୁ ୧୧ ଲକ୍ଷ ଆଦାୟ କରିଥାନ୍ତି।
ଏହାବାଦ ନିଜ କମେଡି ଯୋଗୁ ଡ୍ୟାନ୍ସିଂ ସୋରେ ବି ଲୋକଙ୍କ ହସାଇ ହସାଇ ବେଦମ କରୁଥିବା ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ପ୍ରତି ଶୋ’ ପିଛା ୧ କୋଟି ମିଳୁଥିବା ଜଣାଯାଇଛି। ପ୍ରତି ଏପିସୋଡ଼ ପିଛା ଭାରତୀ ୬ରୁ ୭ ଲକ୍ଷ ଚାର୍ଜ କରୁଥିବା ବେଳେ ହର୍ଷଙ୍କୁ ଏଥିପାଇଁ ମିଳିଥାଏ ୩ରୁ ୪ ଲକ୍ଷ । ହେଲେ ଉଭୟ ପତିପତ୍ନୀ ଏକାଠି ଏହି ଶୋ’ରେ ଧମାଲ କରୁଥିବା ବେଳେ ଚାର୍ଜ ବି ପ୍ରବଳ ନେଇଥାନ୍ତି।
The post କମିନି ମାଧୁରୀଙ୍କ କ୍ରେଜ, ‘ଡ୍ୟାନ୍ସ ଦିବାନେ’ ଏପିସୋଡ଼ ପିଛା ନେଉଛନ୍ତି ଏତେ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3kynBsI
No comments:
Post a Comment