ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା’ ଓ ପୁଅ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୁଲିସ୍ ଉଭୟଙ୍କୁ କାବୁ କରିଛି। ଉଭୟ ମା’ ଓ ପୁଅଙ୍କୁ ପୁଲିସ୍ କ୍ୟାପିଟାଲ ଥାନାରେ ଅଟକ ରଖି ବୁଝାସୁଝା କରୁଛି।
ଏ ନେଇ ଇମ୍ରାନ୍ ଖାନଙ୍କ ମା’ ଯସ୍ମିନ୍ କହିଛନ୍ତି, ମୁଁ ମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ମୋ ପୁଅକୁ ପରୀକ୍ଷା ଦେବାକୁ ସୁଯୋଗ ଦିଅନ୍ତୁ। ଏହାଛଡ଼ା ମୁଁ ଆଉ କିଛି ଚାହେଁ ନାହିଁ। ସ୍କୁଲ ଫର୍ମଫିଲପ କରାଇ ନଥିବାରୁ ଗତକାଲ କ୍ୟାପିଟାଲ ସ୍କୁଲ ଆଗରେ ଧାରଣା ଦେଇଥିଲେ ଉଭୟ ମା ପୁଅ।
ଧାରଣା ଦେବା ସମୟରେ ମା’ ଧମକ ଦେଇଥିଲେ ଯେ ଯଦି ତାଙ୍କ ପୁଅ ପରୀକ୍ଷା ଦେଇନପାରିଲା, ତାହେଲେ ସେ ଆତ୍ମହତ୍ୟା କରିବେ। ଏପରିକି ତାଙ୍କ ପୁଅ ମଧ୍ୟ ଆତ୍ମହତ୍ୟା କରିବ ବୋଲି ଯସ୍ମିନ କହିଥିଲେ। ଗତକାଲି ଦୁହେଁ ସ୍କୁଲରେ ସାମ୍ନାରେ ଧାରଣା ଦେବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।
ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଯୋଗୁ ତାଙ୍କ ପୁଅ ପରୀକ୍ଷାରୁ ବଞ୍ଚିତ ହେଲା ବୋଲି ଇମ୍ରାନ୍ଙ୍କ ମାଆ ଅଭିଯୋଗ କରିଛନ୍ତି। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ଇମ୍ରାନ୍ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିଲେ ନାହିଁ। ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ। ଆମ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।
କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍ ଖାନ୍ ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍ ଅଫ୍ଲାଇନ୍ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ସେଥିପାଇଁ ଫର୍ମ ପୂରଣ କରିଥିଲେ ବୋଲି ଇମ୍ରାନ୍ଙ୍କ ମାଆ ଅଭିଯୋଗ କରିଛନ୍ତି।
The post ଗଣଶିକ୍ଷା ମନ୍ତ୍ରୀଙ୍କ ଘରେ ମା ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/2WuQ0G3
No comments:
Post a Comment