ଅଡୁଆରେ କଙ୍ଗନା, ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ୱାରେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

ଅଡୁଆରେ କଙ୍ଗନା, ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ୱାରେଣ୍ଟ

ମୁମ୍ବାଇ: ବଲିଉଡର ପଙ୍ଗା କୁନ୍ କଙ୍ଗନା। ନିଜ ବୟାନବାଜୀକୁ ନେଇ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ତେବେ ଏହି ବୟାନବାଜୀ ତାଙ୍କ ପାଇଁ ମହଙ୍ଗା ପଡିଛି। ନିଜ ବୟାନକୁ ନେଇ ସେ ଏବେ ଅଡୁଆରେ ପଡିଛନ୍ତି। ଏପରିକି କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିପାରନ୍ତି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମାମଲରେ କଙ୍ଗନାଙ୍କ ଅଡୁଆ ବଢ଼ିଛି। ଆଜି ଏହି ମାମଲାର ଶୁଣାଣି ଥିଲା। କିନ୍ତୁ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଯଦି କଙ୍ଗନା ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେପଟେ ହାଜର ନହେବାକୁ ନେଇ କଙ୍ଗନା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଏକ ଆପ୍ଲିକେସନ୍ ଦାଖଲ କରି ବ୍ୟକ୍ତିଗତ ଉପସ୍ଥିତିକୁ ନେଇ ନେଇ ରିଲିଫ୍ ମାଗିଥିଲେ। କଙ୍ଗନା କହିଥିଲେ, ‘ଜଣେ ଅଭିନେତ୍ରୀ ଭାବରେ ମୋତେ ଦେଶର ଅନେକ କୋଣ ଅନୁକୋଣକୁ ଯିବାକୁ ପଡିଥାଏ। ତେଣୁ ଏପରି ହାଜର ହେବାକୁ ତାଙ୍କୁ କାର୍ଯ୍ୟ ସ୍ଥାନରୁ ମୁମ୍ବାଇ ଫେରିବାକୁ ପଡ଼ିବ। ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ।  

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁରେ ଜାଭେଦ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଗୀତିକାର ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

The post ଅଡୁଆରେ କଙ୍ଗନା, ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ୱାରେଣ୍ଟ appeared first on Odisha Reporter.



from Odisha Reporter https://ift.tt/2VeCjdM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages