ସମସ୍ତଙ୍କର ଇଚ୍ଛା ଥାଏ ନିଜ ମନ ପସନ୍ଦର ଏକ ସ୍ୱପ୍ନର ଘର ତିଆରି କରିବାକୁ । ଏଥିଲାଗି ସାରା ଜୀବନର ପୁଞ୍ଜି ବି ବିନିଯୋଗ କରିଥାନ୍ତି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ପ୍ରାୟତଃ ମହିଳାମାନେ ମୋଡୁଲାର କିଚେନ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହା ସ୍ମାର୍ଟ ଲୁକ୍ ଦେଉଥିବା ବେଳେ ଦେଖିବାକୁ ଖୁବ୍ ଆକର୍ଷଣୀୟ ଲାଗିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ।
ତେବେ ମୋଡୁଲାର କିଚେନ ତିଆରି ସମୟରେ ଏହାକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ବହୁତ ଭାବି ଚିନ୍ତି ରଙ୍ଗର ପ୍ରୟୋଗ କରିବାକୁ ପଡ଼ିଥାଏ, ଯାହା ଆଖିକୁ ସୁନ୍ଦର ଦେଖାଯିବା ସହ ବାସ୍ତୁ ଅନୁଯାୟୀ ମଧ୍ୟ ଶୁଭ ଫଳ ଦେଇଥାଏ।
ଆଜି ଏପରି ୬ଟି କଲର ବିଷୟରେ ଜାଣିବା ଯାହାକୁ ଆପଣ ନିଜ ମୋଡୁଲାର କିଚେନରେ ପ୍ରୟୋଗ କଲେ ଖୁବ୍ ଭଲ ଫଳ ମିଳିବା ସହ ଦେଖିବାକୁ ମଧ୍ୟ ୟୁନିକ ଓ ଆକର୍ଷଣୀୟ ଲାଗିବ ।
– ବାସ୍ତୁ ଅନୁଯାୟୀ, ଅରେଞ୍ଜ ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା ଆପଣଙ୍କ ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଉର୍ଜା ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଳ୍ସରେ ଅରେଞ୍ଜ ରଙ୍ଗର ପ୍ରୟୋଗ କରିପାରନ୍ତି।
-ଧଳା ରଙ୍ଗକୁ ସବୁବେଳେ ଶୁଦ୍ଧ ଓ ପବିତ୍ର ଭାବେ ବିବେଚନା କରାଯାଇଥାଏ। ଏହାର ସମ୍ପର୍କ ସ୍ୱଚ୍ଛତା ଓ ଉଜ୍ଜ୍ୱଳତାର ସହ ରହିଛି। ନିଜ କିଚେନରେ ଏପରି ରଙ୍ଗର ପ୍ରୟୋଗ ଖୁବ୍ ଟ୍ରେଣ୍ଡି ଲୁକ୍ ଦେଇଥାଏ। ବାସ୍ତୁ ଅନୁଯାୟୀ, କିଚେନରେ ଏପରି ରଙ୍ଗର ପ୍ରୟୋଗ ପଜିଟିଭ ଏନର୍ଜୀକୁ ବଢ଼ାଇଥାଏ। କିଚେନର କାନ୍ଥରେ ଏପରି ରଙ୍ଗ ପ୍ରୟୋଗ କରିପାରିବେ। ଯଦି ଆପଣ ନିଜ କିଚେନକୁ ଘରର ଉତ୍ତର-ପଶ୍ଚିମ ଦିଗରେ କରୁଛନ୍ତି, ତା’ ହେଲେ ଏହାଠୁ ଅଧିକ ଭଲ କଲର ଆପଣଙ୍କୁ ମିଳିବ ନାହିଁ।
– ବାସ୍ତୁରେ ସବୁଜ ରଙ୍ଗକୁ ଆଶା ଓ ଶାନ୍ତିର ପ୍ରତିକ ବୋଲି ବିବେଚନା କରାଯାଏ। ଏହା ଆପଣଙ୍କୁ ସବୁଜ ପରିବେଶ ମଧ୍ୟରେ ରହିବା ପରି ଅନୁଭବ ଦେଇଥାଏ। ପେଙ୍ଗୁଇଶ ଅନୁଯାୟୀ, କିଚେନର କାଠ କାମରେ ଗ୍ରୀନ୍ ରଙ୍ଗର ବ୍ୟବହାର ଦ୍ୱାରା ବିନା କୌଣସି ବାଧାରେ ଆପଣଙ୍କ ବହୁ ସମସ୍ୟା ସମାଧାନ ହୋଇଯିବ।
-ବାସ୍ତୁରେ ହଳଦିଆ ରଙ୍ଗକୁ ବି ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଇଛି। ଏହି ରଙ୍ଗ ଆପଣଙ୍କ ମନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ଆଣିବା ସହ ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରଖିଥାଏ । ଯେଉଁ ରୋଷେଇ ଘରେ ସିଧା ସୂର୍ଯ୍ୟ କିରଣ ପଡ଼ି ପାରୁ ନ ଥିବ ସେପରି ଜାଗା ପାଇଁ ହଳଦିଆ ରଙ୍ଗକୁ ସବୁଠୁ ଶୁଭ ବୋଲି ବିଚେଚନା କରାଯାଏ। ଏହି ରଙ୍ଗ ପ୍ରୟୋଗ ଦ୍ୱାରା ରୋଷେଇ ଘର ସବୁବେଳେ ଉଜ୍ଜ୍ୱଳ ଦେଖାଯାଇଥାଏ। ଏହାଦ୍ୱାରା ସକରାତ୍ମ ଏନର୍ଜୀ ଉତ୍ପନ ସହ ଘରେ ଖୁସିର ବାତାବରଣ ରହିଥାଏ।
-ପିଙ୍କ କଲରକୁ ସବୁବେଳେ ପ୍ରେମର ପ୍ରତୀକ ବୋଲି ଧରାଯାଇଥାଏ। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ାଇଥାଏ। ପିଙ୍କକୁ ଧଳା କିମ୍ବା ଲାଲ ରଙ୍ଗ ସହ ମିକ୍ସ କରି ରୋଷେଇ ଘରେ ପ୍ରୟୋଗ କଲେ ଆଖି ଲାଖିଯିବା ସ୍ୱାଭାବିକ। ଏହାବାଦ ଏହା ବାସ୍ତୁ ଅନୁଯାୟୀ ବି ପୁରା ପରଫେକ୍ଟ।
-କିଚେନରେ ଚକୋଲେଟ ରଙ୍ଗର ପ୍ରୟୋଗ ଆଜିକାଲି ଏକ ପ୍ରକାର ଟ୍ରେଣ୍ଡରେ ପରିଣତ ହେଲାଣି। ବାସ୍ତୁରେ ବି ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। ବିଶ୍ୱାସ ରହିଛି ଯେ, ଏହି ରଙ୍ଗ ରୋଷେଇ ଘରୁ ଉତ୍ପନ ହେଉଥିବା ଅତିରିକ୍ତ ଏନର୍ଜୀକୁ ଟାଣି ନେଇଥାଏ ଓ ପଜିଟିଭିଟିକୁ ବଢ଼ାଇଥାଏ। ଯେଉଁ କିଚେନ ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ ସେଥିପାଇଁ ଏହି ରଙ୍ଗର ପ୍ରୟୋଗ ପୂରା ପରଫେକ୍ଟ।
The post ଘରେ କରୁଛନ୍ତି କି ମୋଡୁଲାର କିଚେନ; ଜାଣନ୍ତୁ, ବାସ୍ତୁ ଅନୁଯାୟୀ କେଉଁ କଲର ହେବ ପରଫେକ୍ଟ appeared first on Odisha Reporter.
from Odisha Reporter https://ift.tt/3zxH7tE
No comments:
Post a Comment