ମେ’ରେ ଅନ୍ତରୀଣ ଜାମିନ ପାଇଥିବା କଏଦୀ ଏବେ ଜେଲକୁ ଫେରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ମେ’ରେ ଅନ୍ତରୀଣ ଜାମିନ ପାଇଥିବା କଏଦୀ ଏବେ ଜେଲକୁ ଫେରିବେନି

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହର ଜାରି ରହିଛି। ସମ୍ଭାବ୍ୟ ତୃତୀୟ ଲହର ଆସିବାର ଆଶଙ୍କା ମଧ୍ୟ ପାଖେଇ ଆସିଲାଣି। ଏଭଳି ସ୍ଥିତିରେ ଯେଉଁ କଏଦୀ ଦ୍ୱିତୀୟ ଲହର ବେଳେ ଅନ୍ତରୀଣ ଜାମିନରେ ଯାଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଆତ୍ମସମର୍ପଣ କରିବାକୁ କହିପାରିବେ ନାହିଁ। ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ବେଞ୍ଜ ଏହି ରାୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ରାଜ୍ୟ ସରକାର ଅନ୍ତରୀଣ ଜାମିନରେ ଯାଇଥିବା ବ୍ୟକ୍ତିଙ୍କୁ ଆତ୍ମସମର୍ପଣ କରିବାକୁ କହିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଗଷ୍ଟ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ଏହି ପ୍ରସଙ୍ଗରେ ଆମିକସ କ୍ୟୁରୀ ଦୁଷ୍ୟନ୍ତ ଦାଭେ କହିଛନ୍ତି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେବା ପରେ ସମସ୍ତ ରାଜ୍ୟ ସରକାର ଏକ ହାଇପାଓ୍ୱାର କମିଟି ତିଆରି କରିଥିଲେ। ହାଇ ପାଓ୍ୱାର କମିଟିର ପରାମର୍ଶ କ୍ରମେ କଏଦୀ ମାନଙ୍କୁ ଅନ୍ତରୀଣ ପ୍ରଦାନ କରାଯାଇଛି। ହେଲେ କୋର୍ଟଙ୍କ ପାଖରେ ଏହାର ସଂଖ୍ୟା ଜଣାପଡ଼ିନି କେତେ ଜଣ ଅନ୍ତରୀଣ ଜାମିନ୍ ପାଇଛନ୍ତି ଏବଂ କେଉଁ ଆଧାରରେ ହାଇ ପାଓ୍ୱାର କମିଟି ଜାମିନ୍ ପ୍ରଦାନ କରିଛନ୍ତି। ଏବେ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଦାଖଲ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ମେ ମାସରେ କୋଭିଡର ଦ୍ୱିତୀୟ ଲହର ପିକରେ ଥିଲା। ଏହି ସମୟରେ ଭାରତରେ ଥିବା ଜେଲ ଗୁଡିକରେ ୪ ଲକ୍ଷରୁ ଅଧିକ କଏଦୀ ଥିଲେ। ତେଣୁ ଜୀବନରୁ ଗୁରୁତ୍ୱ ଦେବାକୁ ଯାଇ ପ୍ରଧାନ ବିଚାରପତି ଜେଲରେ ରହି ବିପଦରେ ରହିବା ପରିବର୍ତ୍ତେ ଅନ୍ତରୀଣ ଜାମିନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ଗିରଫଦାରୀକୁ ସୀମିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବନିମ୍ନ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହେବା ମାମଲାରେ ଦଣ୍ଡରେ କୋହଳ କରିବାକୁ କୋର୍ଟ ମାଜିଷ୍ଟ୍ରେଟମାନଙ୍କୁ ପରାମର୍ଶ ଦେଇଥିଲେ।

୨୦୨୦ ରେ ମହାମାରୀର ପ୍ରଥମ ଲହରର ଅନ୍ତରୀଣ ଜାମିନରେ ମୁକ୍ତ ହୋଇଥିବା କଏଦୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶରେ ବିଚାରକୁ ନିଆଯାଇଥିଲା। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କୁ “ତୁରନ୍ତ” ମୁକ୍ତ କରିବାକୁ ହେବ। ଗତ ବର୍ଷ ମୁକ୍ତ ହୋଇଥିବା ୯୦% ଅନ୍ତେବାସୀ ଫେବୃଆରୀ ଏବଂ ମାର୍ଚ୍ଚ ୨୦୨୧ରେ ଜେଲକୁ ଫେରିଥିଲେ।

The post ମେ’ରେ ଅନ୍ତରୀଣ ଜାମିନ ପାଇଥିବା କଏଦୀ ଏବେ ଜେଲକୁ ଫେରିବେନି appeared first on Odisha Reporter.



from Odisha Reporter https://ift.tt/3kpTumX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages