ସ୍ୱାମୀଙ୍କ ଗିରଫଦାରୀ ପରେ ଶିଳ୍ପାଙ୍କ ପ୍ରଥମ ପୋଷ୍ଟ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ସ୍ୱାମୀଙ୍କ ଗିରଫଦାରୀ ପରେ ଶିଳ୍ପାଙ୍କ ପ୍ରଥମ ପୋଷ୍ଟ ଭାଇରାଲ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଲାଇମ୍‌ଲାଇଟରୁ ଏକପ୍ରକାର ଗାଏବ ହୋଇଯାଇଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ନୀରବତା ଭଙ୍ଗ କରିଛନ୍ତି। ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ଶିଳ୍ପା କିଛି ଦିନର ବ୍ୟବଧାନ ପରେ ଗତକାଲି କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶିଳ୍ପା ନିଜ ପୋଷ୍ଟରେ ଲେଖକ ଜେମସ୍‌ ଥବରଙ୍କ ଏକ ପୁସ୍ତକର ଏକ ପୃଷ୍ଠାକୁ ହାଇଲାଇଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି,“ଆମେ କ୍ରୋଧରେ ଏପରି ଲୋକଙ୍କ ଆଡ଼କୁ ନଜର ପକାନ୍ତି, ଯେଉଁମାନେ ଆମକୁ ଆଘାତ ଦେଇଛନ୍ତି, ଆମକୁ ଅସୁବିଧାରେ ପକାଇଛନ୍ତି। ଏପରି ସ୍ଥିତିର ସାମନା କରିବାକୁ ଆମକୁ ବାଧ୍ୟ କରିଛନ୍ତି। କିନ୍ତୁ କ୍ରୋଧରେ ପଛକୁ କିମ୍ବା ଡରିକି ଆଗକୁ ଦେଖିବା ଉଚିତ ନୁହେଁ।  ସ୍ଥିର ମନରେ ଚାରି ଆଡ଼କୁ ନଜର ପକାଇବା ଉଚିତ।

ଏପରିକି ନିଜ ଚାକିରି ହରାଇବାର, କିଛି ବଡ଼ ବେମାରୀ ହେବାର ତଥା ନିଜର କାହାକୁ ହରାଇ ବସିବାର ଦୁଃଖ ବି ମନରେ ଘର କରିଦିଏ। ତେଣୁ ଯାହା ହୋଇସାରିଛି ତାହାକୁ ନେଇ ବ୍ୟସ୍ତ ବିବ୍ରତ ହେବା ଉଚିତ ନୁହେଁ। କିନ୍ତୁ ଏ ସବୁ ସମ୍ପର୍କରେ ଅଧିକ ସଜାଗ ରହିବା ଆବଶ୍ୟକ।

ଶିଳ୍ପାଙ୍କ ପୋଷ୍ଟକୁ ନେଇ ଲାଗିଛି ଚର୍ଚ୍ଚା ।

ମୁଁ ପୂର୍ବରୁ ବହୁ ପ୍ରତିବନ୍ଧକର ସାମନା କରିଛି। ଆଗକୁ ବି ଏପରି ପ୍ରତିବନ୍ଧକ ସହ ବଞ୍ଚିବି। ତେଣୁ ବିଚଳିତ ନ ହୋଇ ଏକ ଲମ୍ବା ନିଃଶ୍ୱାସ ନେଉଛି। ଭାବୁଛି, ମୁଁ ଭାଗ୍ୟବାନ ଯେ ବଞ୍ଚି ଯାଇଛି। କୌଣସି ବି ପ୍ରତିବନ୍ଧକ ଆଜି ମୋତେ ମୋ ଜୀବନ ବଞ୍ଚିବାରୁ ଅଟକାଇ ପାରିବ ନାହିଁ।”

ଶିଳ୍ପା ରାଜଙ୍କ ଗିରଫଦାରୀକୁ ନେଇ ସେପରି କିଛି ଉଲ୍ଲେଖ କରି ନ ଥିବା ବେଳେ ଏପରି ପୋଷ୍ଟ ତାଙ୍କ ଆତ୍ମବିଶ୍ୱାସ ଏବେ ବି ଦୃଢ଼ ଥିବା ଦର୍ଶାଉଛି।

ସୂଚନାଯୋଗ୍ୟ, ଅଶ୍ଲୀଳ ଫିଲ୍ମ ତିଆରି କରି ସେଗୁଡ଼ିକୁ କିଛି ଆପ୍‌ରେ ଛଡ଼ାଯାଉଥିବା ନେଇ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଆଉ ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ସେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ତାଙ୍କ ବିରୋଧରେ କ୍ରାଇମ୍‌ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ଥିବା ମୁମ୍ବାଇ ପୁଲିସ୍‌ କମିଶନର କହିଛନ୍ତି । ପର୍ଣ୍ଣ ଫିଲ୍ମ ମାମଲାରେ ଏପର୍ଯ୍ୟନ୍ତ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ୍‌।

ରାଜଙ୍କ ଗିରଫଦାରୀ ପରେ ଏକ ପ୍ରକାର ଗାଏବ ହୋଇଯାଇଥିବା ଶିଳ୍ପା କ୍ୟାମେରା ସାମନାକୁ ଆସୁ ନ ଥିବା ବେଳେ ସୁପର ଡ୍ୟାନ୍ସର ସୋର ଶୁଟିଂକୁ ବନ୍ଦ କରି ଦେଇଛନ୍ତି। ଏପରି ସ୍ଥିତିରେ ଆଜି ଶିଳ୍ପାଙ୍କ ଫିଲ୍ମ ‘ହଙ୍ଗାମା-୨’ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି।

 

The post ସ୍ୱାମୀଙ୍କ ଗିରଫଦାରୀ ପରେ ଶିଳ୍ପାଙ୍କ ପ୍ରଥମ ପୋଷ୍ଟ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3rsaGd0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages