ଚଣ୍ଡିଗଡ଼: ପଞ୍ଜାବର ମୋଗା ଜିଲ୍ଲାରେ ଶୁକ୍ରବାର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତିନି ଜଣ କଂଗ୍ରେସ କର୍ମୀଙ୍କର ମୃତ୍ୟୁ ଘଟିଛି। ସେହିଭଳି ୨୦ରୁ ଅଧିକ ଆହତ ହୋଇଛନ୍ତି। ନବଜୋତ ସିଂହ ସିଦ୍ଧୁ ଆଜି ପଞ୍ଜାବ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ବେଳେ ଏହି କର୍ମୀମାନେ ସେହି ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, କଂଗ୍ରେସ କର୍ମୀଙ୍କୁ ନେଇ ଆସୁଥିବା ଏହି ବସ୍ ସହିତ ଅନ୍ୟ ଏକ ବସ୍ର ଧକ୍କା ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁଃଖ ପ୍ରକାଶ କରିଛନ୍ତି। ସେ ମୋଗା ଜିଲ୍ଲାପାଳଙ୍କ ସହ ଦୁର୍ଘଟଣା ବାବଦରେ କଥା ହୋଇଛନ୍ତି। ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ସେହିପରି ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
Saddened to learn of the bus accident in Moga dist in which 3 Congress workers have reportedly died & many persons are injured. Have directed DC Moga to immediately provide full medical treatment to all the injured and to send a report to the Govt: Punjab CM Capt Amarinder Singh pic.twitter.com/0pKrRROFiS
— ANI (@ANI) July 23, 2021
ଅନ୍ୟପଟେ ନବଜୋତ ସିଂହ ସିଦ୍ଧୁ ଚଣ୍ଡିଗଡ ସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ପହଞ୍ଚିଛନ୍ତି। ଏହି ବୈଠକରେ ରାଜ୍ୟ କଂଗ୍ରେସର ବଡ ବଡ ନେତା, ବିଧାୟକ, ମନ୍ତ୍ରୀ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ସିଦ୍ଧୁ ସଭାପତି ଦାୟିତ୍ୱ ନେବା ସହିତ ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି।
The post ସିଦ୍ଧୁଙ୍କ ସଭାକୁ ଆସୁଥିବା ବେଳେ ଦୁର୍ଘଟଣା, ୩ କର୍ମୀଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3iFPmwB
No comments:
Post a Comment