ରାଜ୍ୟରେ ଆଉ ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ରାଜ୍ୟରେ ଆଉ ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୯୩ଟି ହେଉଛି ଲୋକାଲ କେସ୍‌। ସେହିପରି ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ପ୍ରଦାନ କରାଯାଇଛି।

ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୦ ଜଣ ଥିବା ବେଳେ କଟକରୁ ୪୪୧, ଯାଜପୁରରୁ ୨୫୧, ବାଲେଶ୍ୱରରୁ ୧୫୩, ପୁରୀରୁ ୧୩୮, ଢେଙ୍କାନାଳରୁ ୧୨୪, ଜଗତସିଂହପୁରରୁ ୧୧୯ ଓ ଅନୁଗୋଳ ଜିଲ୍ଲାରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୮୬, ନୂଆପଡ଼ାରୁ ୭, ରାୟଗଡ଼ାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି

କରୋନାରେ ପ୍ରାଣ ହରାଇଥିବା ଆଉ ୬୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଅଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ସେହିପରି ବରଗଡ଼, ଗଞ୍ଜାମ,ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ ଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ ୪, ଢେଙ୍କାନାଳ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୭୮, ଗଞ୍ଜାମରେ ୩୭୦, ମୟୂରଭଞ୍ଜରେ ୧୪୯, ପୁରୀରେ ୨୬୬, ସମ୍ବଲପୁରରେ ୧୩୬, ସୁନ୍ଦରଗଡ଼ରେ ୩୮୯, କେନ୍ଦୁଝରରେ ୮୦, ନୟାଗଡ଼ରେ ୧୨୨, କଟକରେ ୩୦୫, ଢେଙ୍କାନାଳରେ ୯୧, ବୌଦ୍ଧରେ ୮୫, ଗଜପତିରେ ୭୧, ଝାରସୁଗୁଡ଼ାରେ ୧୩୦, କେନ୍ଦ୍ରାପଡ଼ାରେ ୯୪, ନୂଆପଡ଼ାରେ ୭୧ ଓ ରାୟଗଡ଼ାରେ ୧୫୦କୁ ବୃଦ୍ଧି ପାଇଛି।

୨୮୦୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩ ହଜାର ୧୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨୭ ହଜାର ୪୨୯ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୪୭୮କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ଆଉ ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3ALFSrW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages