କୋଭିଡ ବେଳେ କାର୍ଯ୍ୟପାଳିକାରେ ହସ୍ତକ୍ଷେପ କରିପାରିବ କି ନ୍ୟାୟପାଳିକା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

କୋଭିଡ ବେଳେ କାର୍ଯ୍ୟପାଳିକାରେ ହସ୍ତକ୍ଷେପ କରିପାରିବ କି ନ୍ୟାୟପାଳିକା?

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କାର୍ଯ୍ୟପାଳିକାରେ ଅଦାଲତ ବା ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ କି? ବୁଧବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟର ଏକ ରାୟ ଉପରେ ଶୁଣାଣି କରିବା ବେଳେ ଏହି ପ୍ରଶ୍ନ କରିଛନ୍ତି। ନିକଟରେ ଆହ୍ଲାବାଦ ହାଇକୋର୍ଟ ୟୁପି ସରକାରକୁ ଏକ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ହାଇକୋର୍ଟ କହିଥିଲେ କୋଭିଡ ବେଳେ ରାଜ୍ୟର ସ୍ଥିତି ‘ଭଗବାନ ରାମଙ୍କ ଭରସାରେ’। ସ୍ୱାସ୍ଥ୍ୟାବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆମ୍ୱୁଲାନ୍ସ, ଆଇସିୟୁ ବେଡ୍, ଟିକାକରଣ ଆଦି ଉପରେ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ୟୁପି ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୁପ୍ରିମକୋର୍ଟ ଏବେ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ କାର୍ଯ୍ୟପାଳିକାରେ ଅଦାଲତ ହସ୍ତକ୍ଷେପ କରିପାରିବ କି ବୋଲି ବିଚାର କରୁଛନ୍ତି। ଯଦି ହସ୍ତକ୍ଷେପ କରିପାରିବ ତାହେଲେ କେଉଁ ଅବଧି ଯାଏ ହସ୍ତକ୍ଷେପ କରିପାରିବେ ସେ ବାବଦରେ ଦେଶର ସର୍ବୋଚ୍ଚ କୋର୍ଟ ବିଚାର କରୁଛନ୍ତି।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଉଦ୍ଧୃତ କରି ଜଷ୍ଟିସ ବିନୀତ ସରନ ଏବଂ ଜଷ୍ଟିସ ଦୀନେଶ ମହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେତେ ଆମ୍ବୁଲାନ୍ସ, କେତେ ଆଇସିୟୁ ବେଡ୍ ରହିବ ସେ ସମ୍ପର୍କରେ ସେମାନେ ମନ୍ତବ୍ୟ ଦେବାକୁ ଚାହୁଁ ନାହାନ୍ତି। ଆମେ କାହାରି ପରାମର୍ଶ ଉପରେ ରୋକ୍ ଲଗାଇବାକୁ ଚାହୁଁ ନାହୁଁ କିନ୍ତୁ ଏହା କିପରି କୁହାଯାଇପାରିବ ଯେ ଟିକା ଫର୍ମୁଲା ଅନ୍ୟ ଏକ କମ୍ପାନୀ ଉତ୍ପାଦନ କରିବା ଉଚିତ। ଏପରି ଆଦେଶ କିପରି ଦିଆଯାଇପାରିବ? ବେଞ୍ଚ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଟିକା ଫର୍ମୁଲାର ଆଦେଶ ଗ୍ରହଣୀୟ ନୁହେଁ। ଏଭଳି ରାୟ ଦେବାର ବୈଧ ଯୁକ୍ତି ବି ନାହିଁ।

ବୁଧବାର ଏହି ବେଞ୍ଚ କହିଛନ୍ତି ଯେ ହାଇକୋର୍ଟଙ୍କ ଆଦେଶ ପାଳନ କରିବା ସମ୍ଭବ ନୁହେଁ ହେଲେ ଯଦି ବି ସମ୍ଭବ ହେବ ତାହେଲେ କାର୍ଯ୍ୟପାଳିକାର କ୍ଷେତ୍ରରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ କି ବୋଲି ପ୍ରଶ୍ନ ଉଠିଛି।

ବେଞ୍ଚ କହିଛନ୍ତି ଯେ କୋଭିଡ ବେଳେ ସମସ୍ତେ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ। କୋଭିଡ୍ ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ ରହିଛି। କିନ୍ତୁ ଅନ୍ୟର ଅଧିକାରରେ ଆଉ ଜଣେ ଭଲ ଉଦ୍ଦେଶ୍ୟ କହି ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଯଦିଓ ଏ ବାବଦରେ ଏକ ସମାନ ସୂତ୍ର ହୋଇପାରିବ ନାହିଁ, କିନ୍ତୁ ସେଠାରେ କିଛି ନିର୍ଦ୍ଦିଷ୍ଟ ମାନ ଅଛି ଯେଉଁଥିରେ ପ୍ରତ୍ୟେକ ସଂସ୍ଥା କାର୍ଯ୍ୟ କରିବା ଉଚିତ।

ଜଷ୍ଟିସ ସରନ କହିଛନ୍ତି ଯେ କୋର୍ଟ ଏକ ସାମ୍ବିଧାନିକ ସଂସ୍ଥା। ଏଭଳି ପ୍ରସଙ୍ଗରେ କେତେ ପରିମାଣରେ ହସ୍ତକ୍ଷେପ କରିପାରିବ ତାହା କୋର୍ଟ ବିଚାର କରିବେ। ଜଷ୍ଟିସ୍ ମହେଶ୍ୱରୀ ଆମିକସ୍ କ୍ୟୁରି ସିନିୟର ଆଡଭୋକେଟ୍ ନିଦେଶ ଗୁପ୍ତାଙ୍କୁ କହିଛନ୍ତି ଯେ ଏହି ଶୁଣାଣିରେ ସେ କୋର୍ଟକୁ ସାହାଯ୍ୟ କରିବେ ଏବଂ ପ୍ରତ୍ୟେକ ଅନୁଷ୍ଠାନର ସୀମା ଏବଂ ମାନ ସ୍ଥିର ହେବାପରେ ଏହା କିପରି ହୋଇପାରେ ତାହା ବୁଝାଇବେ।

ନିଦେଶ ଗୁପ୍ତା କହିଛନ୍ତି ଯେ କୋର୍ଟ ପାଖରେ ଅନେକ କ୍ଷମତା ଅଛି ଏବଂ ସେମାନେ ଜନସାଧାରଣଙ୍କ ସ୍ୱାର୍ଥରେ ନିର୍ଦ୍ଦେଶ ଦେଇପାରିବେ। ୟୁପି ସରକାରଙ୍କ ଦ୍ୱାରା ଦାୟର ହୋଇଥିବା ସତ୍ୟପାଠ ଉପରେ ଗୁପ୍ତା କହିଛନ୍ତି ଯେ ଏହି ସତ୍ୟପାଠ ଜରିଆରେ କରୋନା ରୋକିବା ଦିଗରେ ଯେଉଁସବୁ ପଦକ୍ଷେର ନିଆଯାଇଛି କୋର୍ଟ କହିଛନ୍ତି। କିନ୍ତୁ ‘ରାମ ଭରୋସା’ ପରି ମନ୍ତବ୍ୟ କିପରି ଯଥାର୍ଥ ହୋଇପାରିବ ବୋଲି ବେଞ୍ଚ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୧୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

The post କୋଭିଡ ବେଳେ କାର୍ଯ୍ୟପାଳିକାରେ ହସ୍ତକ୍ଷେପ କରିପାରିବ କି ନ୍ୟାୟପାଳିକା? appeared first on Odisha Reporter.



from Odisha Reporter https://ift.tt/3kgVkql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages