ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ମାଗଣାରେ ଗ୍ୟାସ୍ ଦେବେ କହି ଗୋଟିଏ ଗାଁରୁ ୧୨ଟି ସିଲିଣ୍ଡର ଧରି ଚମ୍ପଟ ମାରିଲେ ତିନି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୁତାଙ୍ଗି ଗାଁରୁ ଆସିଛି ଏହି ଅଭିଯୋଗ।
ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ୩ ଜଣ ବ୍ୟକ୍ତି ଏକ ନୀଳ ରଙ୍ଗର ଡାଲା ଗାଡ଼ି ନେଇ ଏହି ଗାଁକୁ ଆସିଥିଲେ। ଗ୍ୟାସ୍ କମ୍ପାନୀ ପକ୍ଷରୁ ସେମାନଙ୍କୁ ପଠା ଯାଇଛି ବୋଲି ସେମାନେ ଗାଁ ଲୋକଙ୍କୁ କହିଥିଲେ। ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍ ଦିଆଯିବ ବୋଲି ସେମାନେ କହିଥିଲେ। ସେଥିପାଇଁ ସେମାନେ ଖାଲି ଟାଙ୍କି ନେବାକୁ ଆସିଥିବା କହିଥିଲେ।
ଏହା ପରେ ସେମାନଙ୍କୁ ବିଶ୍ୱାସ କରି ଗାଁର ୧୨ ଜଣ ହିତାଧିକାରୀ ସେମାନଙ୍କର ଖାଲି ଗ୍ୟାସ୍ ଟାଙ୍କି ଦେଇଥିଲେ। ଦୁଇ ଦିନ ପରେ ଗ୍ୟାସ୍ ଭର୍ତ୍ତି ଟାଙ୍କି ଧରି ସେମାନେ ଗାଁକୁ ଆସିବେ ବୋଲି ଦୁର୍ବୃତ୍ତମାନେ ଗାଁର ଏହି ହିତାଧିକାରୀମାନଙ୍କୁ କହିଥିଲେ। କିନ୍ତୁ ଚାରି ଦିନ ବିତିଗଲା ପରେ ବି ସେମାନଙ୍କର ଦେଖା ମିଳିଲା ନାହିଁ। ଏହା ପରେ ଗାଁ ଲୋକେ ଦଦରଲୁଣ୍ଡା ଠାରେ ଥିବା ଜଣେ ବ୍ୟବସାୟୀଙ୍କୁ ଏ ସଂପର୍କରେ ପଚାରିଥିଲେ। ତେବେ କମ୍ପାନୀ ପକ୍ଷରୁ ଏଭଳି ଭାବେ ଗ୍ୟାସ୍ ସିଲିଣ୍ଡର ସଂଗ୍ରହ ହୁଏ ନାହିଁ ବୋଲି ସେ କହିବା ପରେ ଗାଁ ଲୋକେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
The post ମାଗଣା ଗ୍ୟାସ୍ ଦେବେ କହି ଗାଁରୁ ୧୨ ସିଲିଣ୍ଡର ଧରି ଛୁ ମାରିଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/3iiTQsT
No comments:
Post a Comment