ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି ବୋହୂ, ଦୁଇ ଦିନକୁ ୭୨ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି ବୋହୂ, ଦୁଇ ଦିନକୁ ୭୨ ହଜାର

ନୂଆଦିଲ୍ଲୀ: ବୟଫ୍ରେଣ୍ଡ ଖୋଜୁଛନ୍ତି ବୋହୂ। ସେ ପୁଣି ନିଜ ଶାଶୁଙ୍କ ପାଇଁ। ଏଥିପାଇଁ ବୋହୂ ଜଣକ ବିଜ୍ଞାପନ ମଧ୍ୟ ଦେଇଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଶାଶୁଙ୍କ ପାଇଁ ବୋହୂ ଡିମାଣ୍ଡ କରିଛନ୍ତି ବୟଫ୍ରେଣ୍ଡ। ଏଥିପାଇଁ ବିଜ୍ଞାପନ ମାଧ୍ୟମରେ ସେ ବୟଫ୍ରେଣ୍ଡ ଖୋଜା ଆରମ୍ଭ କରିଦେଇଛନ୍ତି। ଯେଉଁ ବ୍ୟକ୍ତି ମାତ୍ର ୨ ଦିନ ତାଙ୍କ ଶାଶୁଙ୍କ ସହ ବିତାଇବେ ତାଙ୍କୁ ସେ ୭୨ ହଜାର ଟଙ୍କା ଦେବେ। ଏହି ବିଜ୍ଞାପନଟି ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ନ୍ୟୁୟର୍କର ହଡସନ୍ ଭ୍ୟାଲିରେ ବାସ କରୁଥିବା ଜଣେ ମହିଳା କ୍ରେଗଲିଷ୍ଟରେ ଏଭଳି ବିଜ୍ଞାପନ ଦେଇଛନ୍ତି। ଏହି ବିଜ୍ଞାପନରେ କୁହାଯାଇଛି ଯେ, ସେ ନିଜ ୫୧ ବର୍ଷୀୟ ଶାଶୁଙ୍କ ପାଇଁ ସାଥୀ ଖୋଜୁଛନ୍ତି। ସେହି ବ୍ୟକ୍ତିଙ୍କୁ ଦୁଇ ଦିନ ପାଇଁ ତାଙ୍କ ଶାଶୁଙ୍କ ସହ ରହିବାକୁ ହେବ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବ। ଦୁଇ ଦିନ ପାଇଁ ବୟଫ୍ରେଣ୍ଡ ସାଜିଥିବା ବ୍ୟକ୍ତିଙ୍କୁ ୧ ହଜାର ଡଲାର ଅର୍ଥାତ ୭୨ ହଜାର ଟଙ୍କା ଦେବେ।

ଯେଉଁ ବ୍ୟକ୍ତି ମାତ୍ର ୨ ଦିନ ତାଙ୍କ ଶାଶୁଙ୍କ ସହ ବିତାଇବେ ତାଙ୍କୁ ସେ ୭୨ ହଜାର ଟଙ୍କା ଦେବେ।

ବିିଜ୍ଞାପନରେ କୁହାଯାଇଛି ଯେ, ଅଗଷ୍ଟରେ ହଡସନ ଭ୍ୟାଲିରେ ଏକ ବିବାହ ସମାରୋହ ଅଛି। ଏହି ବିବାହ ପାଇଁ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସନ୍ଧ୍ୟା ଯାଏଁ ମୋ ଶାଶୁଙ୍କ ପାଇଁ ଜଣେ ବୟଫ୍ରେଣ୍ଡ ଦରକାର। ମାତ୍ର ଦୁଇ ଦିନ ସମୟ ଦେଇ ସେ ଶାଶୁଙ୍କ ଧ୍ୟାନ ରଖିବେ। ଯିଏ ଶାଶୁ ସହ ରହିବେ ସିଏ ଯେମିତି କପଲ ଭଳି ବ୍ୟବହାର କରିବେ। ବୟଫ୍ରେଣ୍ଡ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୪୦ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ। କେବଳ ସେତିକି ନୁହେଁ ସେ ଜଣେ ଭଲ ଡ୍ୟାନ୍ସର ସହ ଭଲ କଥାବାର୍ତ୍ତା କରୁଥିବା ବ୍ୟକ୍ତି ହୋଇଥିବା ଦରକାର।

ପ୍ରକୃତରେ ଏହି ବିଜ୍ଞାପନ ଦେଇଥିବା ମହିଳା ଜଣଙ୍କୁ ଏକ ବିବାହ ସମାରୋହରେ ଯୋଗ ଦେବାର ଅଛି। ଏଠାକୁ ସେ ନିଜ ଶାଶୁଙ୍କ ସାଙ୍ଗରେ ନେଇ ଯିବାକୁ ଚାହୁଁଛନ୍ତି। ସେ ଚାହୁଁଛନ୍ତି ଏହି ବିବାହ ଭୋଜିରେ ତାଙ୍କ ଶାଶୁ ବି ନବଦମ୍ପତିଙ୍କ ଭଳି ସୁନ୍ଦର ଦେଖାଯା’ନ୍ତୁ।

ଏହି ନିଆରା ବିଜ୍ଞାପନଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜ୍ଞାପନକୁ ଦେଖି ୟୁଜରମାନେ ବିଭିନ୍ନ ମଜାଦାର କମେଣ୍ଟ ଦେଇଛନ୍ତି।

The post ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି ବୋହୂ, ଦୁଇ ଦିନକୁ ୭୨ ହଜାର appeared first on Odisha Reporter.



from Odisha Reporter https://ift.tt/3xLRV6P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages