ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ

ଟୋକିଓ: ଆସନ୍ତା ୨୩ ତାରିଖରୁ ଜାପାନର ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବ। ମହାମାରୀ କରୋନା ସଂକ୍ରମଣ ଭିତରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ସଫଳତାର ସହ ଶେଷ କରିବାକୁ ଉଦ୍ୟମ ହେଉଛି। ହେଲେ ଅଲିମ୍ପିକ୍ସ ଗାଁରେ କରୋନା ପଶିବାକୁ ସକ୍ଷମ ହୋଇଛି।

ଟୋକିଓ ଅଲିମ୍ପକ୍ସ ଆଥଲେଟିକ୍ସ ଗାଁରେ ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଆଜି ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ଆଥଲେଟିକ୍ସ ଗାଁରେ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
ଟୋକିଓ ୨୦୨୦ ସିଇଓ ତୋଶହିରୋ ମୁଟୋ କହିଛନ୍ତି, ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେ ଖେଳ ଆୟୋଜନ କାମରେ ସାମିଲ ଥିଲେ। ତେବେ ମୁଟୋ ବିଦେଶୀ ଜଣଙ୍କ କେଉଁ ଦେଶର ସେକଥା କହିନାହାନ୍ତି। ବ୍ୟକ୍ତିଗତ ସୁରକ୍ଷା କାରଣରୁ ଏହାକୁ ଗୁପ୍ତ ରଖାଯାଇଛି। ଏହି ପର୍ଯ୍ୟବେକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ସେ ଏବେ ଆଇସୋଲେସନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏପରି ଘଟଣା ଘଟିଥିଲା। ଶେଷଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଅଲିମ୍ପିକ୍ସକୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏ ଅଲିମ୍ପିକ୍ସ ଆୟୋଜନ ହେବ। ବିନା ଦର୍ଶକରେ ଅଲିମ୍ପିକ୍ସ ଇଭେଣ୍ଟ ଆୟୋଜନ କରାଯିବ।

The post ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/3B7CNCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages