ନୂଆଦିଲ୍ଲୀ: ଏଜିଆର ବା ଆଡଜଷ୍ଟ ଗ୍ରସ ରେଭେନ୍ୟୁ ମାମଲାରେ ଟେଲିକମ କମ୍ପାନୀଙ୍କ ଦାବିକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ସେପ୍ଟେମ୍ୱରରେ କୋର୍ଟ ବକେୟା ପୈଠ କରିବାକୁ ଟେଲିକମ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବକେୟା ଟଙ୍କାକୁ ଠିକ୍ ଭାବରେ ଗଣତି କରାଯାଇନି କହି ପୁନଃ ଗଣତି କରାଯାଉ କହି କୋର୍ଟରେ ଆବେଦନ ଦାଖଲ କରିଥିଲେ ଟେଲିକମ୍ କମ୍ପାନୀ ସମୂହ। ଏହି ମାମଲାକୁ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ସୁରକ୍ଷିତ ରଖିଥିଲେ। ପରେ ଆଜି ଟେଲିକମ କମ୍ପାନୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏଜିଆର ହେଉଛି ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ଏବଂ ଲାଇସେନ୍ସ ଦେୟ।
ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ଏବଂ ଲାଇସେନ୍ସ ଦେୟ ବାବଦକୁ ଏୟାରଟେଲ୍ ଉପରେ ୩୫ ହଜାର କୋଟି, ଭୋଡାଫୋନ୍ ଆଇଡିଆ ଉପରେ ୫୩ ହଜାର କୋଟି ଏବଂ ଟାଟା ଉପରେ ୧୪ ହଜାର କୋଟି ରହିଛି। ୧୫ଟି ଟେଲିକମ କମ୍ପାନୀ ଉପରେ ମୋଟ୍ ୧.୬୯ ଲକ୍ଷ କୋଟି ଟଙ୍କା ଏଜିଆର ବକେୟା ରହିଛି। ଏଯାବତ ୩୦,୨୫୪ କୋଟି ଟଙ୍କା ପୈଠ ହୋଇଛି।
ଗତବର୍ଷ ଏହି ମାମଲା ସୁପ୍ରିମକୋର୍ଟ ରାୟ ଦେଇ କହିଥିଲେ ୧୦ ବର୍ଷରେ ବକେୟା ଏଜିଆରେ ଟଙ୍କା ସରକାରଙ୍କ ପାଖରେ ୧୫ ଟେଲିକମ କମ୍ପାନୀ ପୈଠ କରିବେ। ପ୍ରତିବର୍ଷ ଫେବୃଆରୀ ୭ରେ ଟେଲିକମ କମ୍ପାନୀ ଏହି ଏଜିଆର ଟଙ୍କା ପୈଠ କରିବେ। କିସ୍ତି ଦେଲା ବେଳେ ମୋଟ୍ ବକେୟାର ୧୦ ପ୍ରତିଶତ ଅଗ୍ରୀମ ପୈଠ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଯଦି ଠିକ୍ ସମୟରେ ପଇସା ପୈଠ ନହେଲେ ସୁଧ ସହିତ ଜୋରିମାନା ବ୍ୟବସ୍ଥା ରଖିଛନ୍ତି ସୁପ୍ରିମକୋର୍ଟ।
ଶୁଣାଣି ବେଳେ ଭୋଡାଫୋନ୍ ଟେଲିକମ କମ୍ପାନୀ ୧୫ ବର୍ଷ ସମୟ ଦେବାକୁ ଦାବି କରିଥିଲା। ନହେଲେ ସେ ଭାରତରେ ତାର ସେବା ବନ୍ଦ କରିଦେବ ବୋଲି କହିଥିଲା। ହେଲେ କୋର୍ଟ ଉକ୍ତ ଦାବିକୁ ଖାରଜ କରିଦେଇଥିଲେ। ଏଜିଆର ବକେୟା ଟେଲିକମ୍ କମ୍ପାନୀର ମୋଟ୍ ଆୟ ଉପରେ ରହିବା ଦରକାର ବୋଲି ସରକାର କୋର୍ଟରେ କହିଥିଲେ। କିନ୍ତୁ ଟେଲିକମ କମ୍ପାନୀ ଦାବି କରିଥିଲେ କମ୍ପାନୀ ମାନେ ଯୁକ୍ତି ରଖିଥିଲେ ଯେ ଯାହାର ଯେତେ ଗ୍ରାହକ ସେତେ ସର୍ଭିସ ବା ସେବା ରହୁ। ଏହାର ଅର୍ଥ ମୋଟ୍ ସର୍ଭିସ ଉପରେ ଏଜିଆର ପଇସା ଗଣତି ହେବା ଦରକରା। ତେବେ କୋର୍ଟ ସରକାରଙ୍କ ଦାବିକୁ କାଏମ ରଖିଥିଲେ।
The post ଏଜିଆର ମାମଲାରେ ସୁପ୍ରିମକୋର୍ଟରୁ ଟେଲିକମ କମ୍ପାନୀଙ୍କୁ ଝଟକା appeared first on Odisha Reporter.
from Odisha Reporter https://ift.tt/3x0sSf8
No comments:
Post a Comment