ଗଛରେ ପିଟି ହୋଇ ବିଲରେ ପଡ଼ିଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ଗଛରେ ପିଟି ହୋଇ ବିଲରେ ପଡ଼ିଲା କାର୍

ନୟାଗଡ (ଆର୍ତ୍ତତ୍ରାଣ ପ୍ରଧାନ): ଗଛରେ ପିଟି ହୋଇ ବିଲରେ ଖସି ପଡ଼ିଲା କାର୍‌। ଜଣଙ୍କର ଜୀବନ ଚାଲିଗଲା ଓ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଭୋଗରା ଛକ ନିକଟରେ।

ସୂଚନା ଅନୁଯାୟୀ, ୩ ଜଣ ଯୁବକ କାର୍ ଯୋଗେ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିଲେ। ସେମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଭୋଗରା ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଗଛରେ ପିଟି ହେବା ପରେ କାର୍‌ଟି ରାସ୍ତାକଡ଼ରେ ଥିବା ଜମିରେ ଯାଇ ପଡ଼ିଥିଲା।

ଖବର ପାଇଁ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ଓ ସେମାନଙ୍କ ଚିକିତ୍ସା ଚାଲିଛି।

ଏହି ତିନି ଯୁବକ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡ଼ିଛି।

The post ଗଛରେ ପିଟି ହୋଇ ବିଲରେ ପଡ଼ିଲା କାର୍ appeared first on Odisha Reporter.



from Odisha Reporter https://ift.tt/3yOfgEY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages