“ମୋ ମୃତ୍ୟୁ ପାଇଁ ଦୁଃଖ କରିବନି, ମୁଁ ବଞ୍ଚିଛି ମରିବା ପାଇଁ‘’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

“ମୋ ମୃତ୍ୟୁ ପାଇଁ ଦୁଃଖ କରିବନି, ମୁଁ ବଞ୍ଚିଛି ମରିବା ପାଇଁ‘’

ମୁମ୍ବାଇ: ‘ମୋ ମୃତ୍ୟୁରେ ଦୁଃଖ କରିବନି। ମୁଁ ନିଜେ ଏହି ଜୀବନ ବାଛିଛି। ମୁଁ ବଞ୍ଚିଛି କେବଳ ମରିବା ପାଇଁ। ମୋ ନାଁ ସିପାହୀ।’ କିଛି ଏଭଳି ସଂଳାପ କହିଛନ୍ତି ବଲିଉଡର ସିଂଘମ ଅଜୟ ଦେବଗନ।

ଏହି ଦମଦାର ଡାଏଲଗ ସହ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଜ’ର ଟ୍ରେଲର। ଦେଶ ଭକ୍ତିରେ ପରିପୂର୍ଣ୍ଣ ଅଜୟଙ୍କ ଏହି ଫିଲ୍ମର ଟ୍ରେଲରରେ ରହିଛି ଜବରଦସ୍ତ ଆକ୍ସନ । ପୁଣି ଥରେ ସୈନିକ ଭୂମିକାରେ ନଜର ଆସିଛନ୍ତି ଅଜୟ।

ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହି, ସରଦ କେଲକର ପ୍ରମୁଖ ନଜର ଆସିବେ।

ଜବରଦସ୍ତ ଆକ୍ସନ ସହ ଆରମ୍ଭ ହୋଇଥିବା ଏହି ଟ୍ରେଲରକୁ ଦେଖିଲେ ଶେଷ ଯାଏଁ ଆଖି ପଲକ ପକାଇବାକୁ ବି ମନ ହେବନି। ଏଥିରେ ଦେଶଭକ୍ତିରେ ଭର୍ତ୍ତି ସଂଳାପ ଗୁଡ଼ିକୁ ଶୁଣିଲେ ଯେକୌଣସି ଭାରତୀୟଙ୍କ ରକ୍ତ ତାତି ଯିବ।

ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହି ଓ ସରଦ କେଲକର ପ୍ରମୁଖ ନଜର ଆସିବେ। ଅଭିଷେକ ଦୁଧଇୟାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ଜଣେ ସୈନିକର ଜୀବନୀ ଏବଂ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ଆସନ୍ତା ଅଗଷ୍ଟ ୧୩ ତାରିଖରେ ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମ ଡିଜନୀ ହଟ୍‌ଷ୍ଟାର୍‌ରେ ରିଲିଜ୍‌ କରାଯିବ।

The post “ମୋ ମୃତ୍ୟୁ ପାଇଁ ଦୁଃଖ କରିବନି, ମୁଁ ବଞ୍ଚିଛି ମରିବା ପାଇଁ‘’ appeared first on Odisha Reporter.



from Odisha Reporter https://ift.tt/3xuAFTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages