ୟୁପି ନିର୍ବାଚନ ପୂର୍ବରୁ ଆରଏସଏସରେ ବଡ଼ ଧରଣର ଅଦଳ ବଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ୟୁପି ନିର୍ବାଚନ ପୂର୍ବରୁ ଆରଏସଏସରେ ବଡ଼ ଧରଣର ଅଦଳ ବଦଳ

ନାଗପୁର: ଆଗକୁ ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରବିବାର ବିଜେପିର ବୈଚାରିକ ଗୁରୁ କୁହାଯାଉଥିବା ରାଷ୍ଟ୍ରୀୟ ସ୍ୱୟଂ ସେବାକ ସଂଘରେ ବଡ଼ ଧରଣରେ ଅଦଳ ବଦଳ ହୋଇଛି। ରବିବାର ଆରଏସଏସ ଯୁଗ୍ମ ମହାସଚିବ ଅରୁଣ କୁମାରଙ୍କୁ ବିଜେପି ସହ ସମନ୍ୱୟ ରଖିବା ପାଇଁ ଦାୟିତ୍ୱ ଦେଇଛି। ଏହା ପୂର୍ବରୁ ସଂଘର ଅନ୍ୟତମ ଯୁଗ୍ମ ମହାସଚିବ ଡକ୍ଟର କୃଷ୍ଣ ଗୋପାଳଙ୍କ ସ୍ଥାନ ନେଇଛନ୍ତି। ଯିଏକି ୨୦୧୫ ପାଖରୁ ଏହି ଦାୟିତ୍ୱ ବିଜେପି ସହ ସମନ୍ୱୟ ରଖି ଆସୁଥିଲେ।

ଏହାବାଦ ଓଡ଼ିଶା ଓ ପଶ୍ଚିମବଙ୍ଗ ବିଜେପିର ପ୍ରଚାରକ ଦାୟିତ୍ୱରେ ଥିବା ପ୍ରଦୀପ ଜୋଶୀଙ୍କୁ ଅଖିଳ ଭାରତୀୟ ସହ ସମନ୍ୱୟର ପ୍ରମୁଖ ଦାୟିତ୍ୱ ଦିଆଯାଇଛି। ମଧ୍ୟପ୍ରଦେଶର ଚିତ୍ରକୂଟରେ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଆରଏସଏସର ପ୍ରମୁଖ ପ୍ରଚାରକ ସୁନୀଲ ଆମ୍ୱେଦକର ବୈଠକରେ ନିଷ୍ପତ୍ତି ବାବଦରେ ସୂଚନା ଦେଇଥିଲେ। ଅରୁଣ କୁମାର ବିଜେପି ସହିତ ରାଜନୀତିକ ମୁଦ୍ଦା ସହିତ ବିଭିନ୍ନ ପ୍ରସଙ୍ଗରେ ଆରଏସଏସ ତରଫରୁ ଆଲୋଚନା କରିବେ। ତେବେ ଏହି ଅଦଳ ବଦଳ ନିୟମିତ ପ୍ରକ୍ରିୟା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ ଆରଏସଏସ ଦତ୍ତତ୍ରୋୟ ହୋସବୋଲେଙ୍କୁ ମହାସଚିବ ଦାୟିତ୍ୱ ଦେଇଥିଲା। ଏହାପରେ ସେ ତାଙ୍କର ନୂଆ ଟିମ୍ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ତିନି ମାସ ପରେ ହୋସବୋଲେଙ୍କ ନୂଆ ଟିମ୍ ଘୋଷଣା ହୋଇଛି। ଯେଉଁଥିରେ ରାମଦାସ ଚକ୍ରଧର ଏବଂ ଅରୁଣ କୁମାରଙ୍କର ପଦୋନ୍ନତୀ ହୋଇଛି।

The post ୟୁପି ନିର୍ବାଚନ ପୂର୍ବରୁ ଆରଏସଏସରେ ବଡ଼ ଧରଣର ଅଦଳ ବଦଳ appeared first on Odisha Reporter.



from Odisha Reporter https://ift.tt/3yQmisG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages