୧୨୫ ଦିନ ପରେ ସବୁଠାରୁ କମ୍ କରୋନା ମାମଲା ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

୧୨୫ ଦିନ ପରେ ସବୁଠାରୁ କମ୍ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ଅନେକ ମାତ୍ରାରେ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ୧୨୫ ଦିନ ପରେ ସବୁଠାରୁ କମ୍। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩,୧୧,୭୪,୩୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ରେ ପହଞ୍ଚିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ରିକଭରୀ ହାର ମଧ୍ୟ ୯୭.୩୭ ପ୍ରତିଶତ ହୋଇଛି। ସପ୍ତାହାନ୍ତ ପଜିଟିଭିଟି ହାର ୫ ପ୍ରତିଶତରୁ ୨.୦୬ ପ୍ରତିଶତକୁ ଖସିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୭,୯୨,୩୩୬ ସାମ୍ପଲ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୪,୭୩,୪୧,୧୩୩ ସାମ୍ପଲ ଟେଷ୍ଟ କରାଯାଇଛି।

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ତାଲିକାରେ ମହାରାଷ୍ଟ୍ର ଆଗରେ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୦୧୭ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଏବେବି ରାଜ୍ୟରେ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ।

ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜୋରଦାର ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭ୍ୟାକସିନର ୫୨,୬୭,୩୦୯ ଡୋଜ୍ ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୧.୧୮ କୋଟି ଭ୍ୟାକସିନ୍ ଦିଆହୋଇଛି।

The post ୧୨୫ ଦିନ ପରେ ସବୁଠାରୁ କମ୍ କରୋନା ମାମଲା ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3kz1O3Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages