ସିଦ୍ଧୁ ଦଳର ସର୍ଦ୍ଦାର, କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

ସିଦ୍ଧୁ ଦଳର ସର୍ଦ୍ଦାର, କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ସିଦ୍ଧୁ-ଅମରିନ୍ଦରଙ୍କ ମଧ୍ୟରେ ଚାଲିଥିବା କଳିରେ ପୂର୍ଣ୍ଣଛେଦ ପଡ଼ିଛି। କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରଖି ନବଜୋତ ସିଂ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ କରିବାକୁ କେନ୍ଦ୍ର କଂଗ୍ରେସ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟ କଂଗ୍ରେସରେ ଯେଉଁସବୁ ନିଷ୍ପତ୍ତି ନିଆଯିବ ତାହା ସିଦ୍ଧୁ ସ୍ଥିର କରିବେ। ଅମରିନ୍ଦର ସିଂ ସରକାରର ସମସ୍ତ କଥା ବୁଝିବେ। ଅର୍ଥାତ୍ ୨୦୨୨ରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସର ଚେହେରା କ୍ୟାପଟେନ୍ ଅମରିନ୍ଦର ସିଂ।

ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାଓ୍ୱତ ଏହି ସୂଚନା ଦେଇଛନ୍ତି। ପଞ୍ଜାବରେ ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ହରିଶ ରାଓ୍ୱତ ରହିଛନ୍ତି। ତେବେ ସିଦ୍ଧୁଙ୍କ ସହିତ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ପଞ୍ଜାବ ପାଇଁ ନିଯୁକ୍ତ ରହିବେ ବୋଲି ସେ କହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ ସ୍ୱର୍ଣ୍ଣ ସମୁଦାୟର ରହିବେ ଏବଂ ଅନ୍ୟ ଜଣେ ଦଳିତ ସମୁଦାୟର ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଯଦିଓ ଗାନ୍ଧୀ ପରିବାର ସିଦ୍ଧୁଙ୍କ ସମର୍ଥନରେ ରହିଛି ହେଲେ ତୃଣମୂଳ ସ୍ତରର କଂଗ୍ରେସ ନେତା ସିଦ୍ଧୁଙ୍କୁ ନେଇ କ’ଣ ବିଚାର ରଖିଛନ୍ତି ହାଇକମାଣ୍ଡ ଜାଣିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ଅନ୍ୟପଟେ ସିଦ୍ଧୁଙ୍କ କ୍ୟାମ୍ପ ମଧ୍ୟ ଆକ୍ଟିଭ ହୋଇ ତୃଣମୂଳ ସ୍ତରର ନେତା ଏବଂ ବିଧାୟକଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିବା ସୂଚନା ରହିଛି।

ଦଳୀୟ କନ୍ଦଳର ସମାଧାନ ବେଳେ ଉଭୟ ଅମରିନ୍ଦର ଏବଂ ସିଦ୍ଧୁ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଉଭୟ ନେତା ଏକାଠି ରହିବା ଜରୁରୀ। ନିକଟରେ ସିଦ୍ଧୁ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିକୁ ପ୍ରଶଂସା କରିଥିବା ଅଭିଯୋଗରେ ଜବାବ ଦେଇ ହରିଶ ରାଓ୍ୱତ କହିଛନ୍ତି, ସିଦ୍ଧୁଙ୍କ ଟ୍ୱିଟର ଅର୍ଥ ସମାଲୋଚନା ବି ଲାଗୁଛି ପ୍ରଶଂସା ବି ଲାଗୁଛି। ଏହି ଟ୍ୱିଟକୁ ଅଧିକ ତର୍ଜମା କରିବାର ଆବଶ୍ୟକ ନାହିଁ। ହରିଶ ରାଓ୍ୱାତଙ୍କ ଏଭଳି କହିବାର ଅର୍ଥ ସିଦ୍ଧୁ କଂଗ୍ରେସ ସହିତ ଅଛନ୍ତି, ଆଗକୁ ରହିବେ ମଧ୍ୟ। ତେଣୁ ଯେଉଁ ଆକଳନ ହେଉଥିଲା ସିଦ୍ଧୁଙ୍କୁ ଆମ୍ ଆଦମୀ ପାର୍ଟି ଆମଦାନୀ କରିବ ତାହା ମନଗଢ଼ା କଥା।

The post ସିଦ୍ଧୁ ଦଳର ସର୍ଦ୍ଦାର, କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3enHG0W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages