ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋଭାକ୍ସିନ୍ ଟିକାକୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଖୁବଶୀଘ୍ର ମଞ୍ଜୁରୀ ମିଳିପାରେ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ଼.ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି।
ସେ କହିଛନ୍ତି କୋଭାକ୍ସିନ୍ର ଥାର୍ଡ ଫେଜ୍ ଟ୍ରାଏଲ୍ର ଫଳାଫଳ ଭଲ ରହିଛି। ଫଳରେ ଖୁବଶୀଘ୍ର କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ମଞ୍ଜରୀ ମିଳିବା ନେଇ ଆଶା ରହିଛି। ଏହି ଟିକା ଏକାଧିକ ପ୍ରକାରର ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଡେଲ୍ଟା ଭାରିଏଣ୍ଟ ବିରୁଦ୍ଧରେ ଏହାର ପ୍ରଭାବ ଆଶା କରାଯାଉଥିବା ଠାରୁ କମ୍ ରହିଛି। ତଥାପି ଏହା ବେଶ୍ ଭଲ ଫଳାଫଳ ଦେଉଛି।
ସ୍ୱମୀନାଥନ ଆହୁରି କହିଛନ୍ତି, ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ ହୋଇଥିବା ସମସ୍ତ ଟିକା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଯଥା ସମ୍ଭବ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆମେ ଚେଷ୍ଟା ମଧ୍ୟ ଜାରି ରଖିଛୁ।
ଆମେରିକାକୁ ଛାଡି ବିଶ୍ୱର ଅଧିକାଂଶ ସ୍ଥାନରେ କରୋନା ମାମଲା କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସୁଧାର ଆସିନାହିଁ। ଭାରତରେ ଅତିକମ୍ରେ ୬୦-୭୦ ପ୍ରତିତଶ ଜନସଂଖ୍ୟାରେ ଟିକାକରଣ ପାଇଁ ପରାମର୍ଶ ଦିଆଯାଇଛି। ଭାରତ ବ୍ରାଟେନ୍ ଭଳି ଦେଶ ଠାରୁ ପ୍ରେରଣା ନେବା ଉଚିତ। ବ୍ରିଟେନ୍ ଏବେ ବୁଷ୍ଟର ଶଟ୍ସ୍ ଯୋଜନା କରୁଛି। ଏଥିରୁୂ ଭାରତ କିଛି ଶିଖିବା ଉଚିତ। ପ୍ରାଥମିକ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସ୍ୱାମୀନାଥନ କହିଛନ୍ତି।
The post କୋଭାକ୍ସିିନ୍କୁ ମିଳିପାରେ WHOର ମଞ୍ଜୁରୀ appeared first on Odisha Reporter.
from Odisha Reporter https://ift.tt/36q02tO
No comments:
Post a Comment