ପୁଣି ନେହାଙ୍କ ଘରକୁ ଆସିବେ ନୂଆ ଅତିଥି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ପୁଣି ନେହାଙ୍କ ଘରକୁ ଆସିବେ ନୂଆ ଅତିଥି

ମୁମ୍ବାଇ: ଖୁବଶୀଘ୍ର ନେହାଙ୍କ ଘରକୁ ଆସିବେ ନୂଆ ଅତିଥି। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ଏହି ଖୁସି ଖବର ଜଣାଇଛନ୍ତି।

ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ନିଜ ଇନଷ୍ଟାଗ୍ରାମରେ ପୁରା ପରିବାରର ଫଟୋ ସେଆର କରିଛନ୍ତି। ଏହି ଫଟୋରେ ନେହାଙ୍କ ନିଜ ବେବି ବମ୍ପକୁ ଦେଖାଇଛନ୍ତି। ଏଥିସହ ଫଟୋରେ ନେହାଙ୍କ ଝିଅ ମେହେର ମଧ୍ୟ ନଜର ଆସିଛନ୍ତି। ଏହି ଫଟୋକୁ ସେଆର କରି ନେହା ଏବଂ ଅଙ୍ଗଦ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଖୁସି ଖବର ସାମ୍ନାକୁ ଆସିବା ପରେ ନେହା ଏବଂ ଅଙ୍ଗଦଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦାଙ୍କ ଠାରୁ ଆରମ୍ଭ କରି ଅନେକ ବିଟାଉନର ସେଲେବ୍ରିଟି କମେଣ୍ଟ କରିଛନ୍ତି।

୨୦୧୮ ମେ’ ୧୦ ତାରିଖରେ ନେହା ଓ ଅଙ୍ଗଦ ସିକ୍ରେଟ ବିବାହ ହୋଇଥିଲା। ବିବାହର ଛଅ ମାସ ପରେ ତଥା ନଭେମ୍ବରରେ ନେହା ତାଙ୍କ ପ୍ରଥମ ସନ୍ତାନ ତଥା ଝିଅ ମେହେରଙ୍କୁ ଜନ୍ମ ଦେଇଥିଲେ।

 

View this post on Instagram

 

A post shared by Neha Dhupia (@nehadhupia)

The post ପୁଣି ନେହାଙ୍କ ଘରକୁ ଆସିବେ ନୂଆ ଅତିଥି appeared first on Odisha Reporter.



from Odisha Reporter https://ift.tt/3kxp6ar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages