ଭୋପାଲ: ତେଲ, ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ସମେତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ବଢ଼ିଛି। ଏହାରି ଭିତରେ ଏବେ ସେଲ୍ଫି ଉଠାଇବା ବି ମହଙ୍ଗା ହୋଇଛି। ଗୋଟିଏ ସେଲ୍ଫିର ଦାମ୍ ୧୦୦ ଟଙ୍କା ରଖାଯାଇଛି। ଏ କଥା ଆମେ କହୁନି ଖୋଦ୍ ମନ୍ତ୍ରୀ କହିଛନ୍ତି।
ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ଉଷା ଠାକୁର । ତାଙ୍କ ସହ ଯିଏ ବି ସେଲ୍ଫି ଉଠାଇବ ତାଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ। ଏନେଇ ସେ ନିଜେ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ଟଙ୍କାକୁ ବିଜେପି ସଙ୍ଗଠନରେ ବିନିଯୋଗ କରାଯିବ। ସେ କହିଛନ୍ତି, ସେଲ୍ଫି ଉଠାଇବା ଏକ ଖରାପ ଅଭ୍ୟାସ, ବେଳେବେଳେ ଏଥିଯୋଗୁଁ ଆମର ବିଳମ୍ବ ହୋଇଥାଏ। ତେଣୁ ସେଲ୍ଫ ଉଠାଇବାକୁ ହେଲେ ୧୦୦ ଟଙ୍କା ଆଦାୟ କରାଯାଉ। ଏହି ଟଙ୍କାକୁ ଖରାପ ଉଦ୍ଦେଶ୍ୟରେ ନୁହେଁ ବରଂ ସଂସ୍ଥାର ଉନ୍ନତିରେ ବିନିଯୋଗ କରାଯିବ।
ମନ୍ତ୍ରୀ ଆହୁରି କହିଛନ୍ତି, କାହାକୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ବଦଳରେ ପୁସ୍ତକ ଦେଇ ସ୍ୱାଗତ କରିବା ଉଚିତ। ଏହି ବହିଟି ଅନ୍ୟମାନଙ୍କ ପାଇଁ ଉପଯୋଗୀ ହୋଇପାରେ। ଖଣ୍ଡୱାସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ସମ୍ବୋଧିତ କରିବାବେଳେ ମନ୍ତ୍ରୀ ଉଷା ଠାକୁର ଏହା କହିଛନ୍ତି। ତେବେ ଦଳର କର୍ମୀମାନେ ମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟୋଗକୁ କେତେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
The post ମନ୍ତ୍ରୀ କହିଲେ- ୧୦୦ଟଙ୍କା ଦିଅ ସେଲ୍ଫି ନିଅ appeared first on Odisha Reporter.
from Odisha Reporter https://ift.tt/36H4Hrp
No comments:
Post a Comment