ଲଣ୍ଡନ: ୟୁରୋ କପ ୨୦୨୦ର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଟାଲୀ। ଗତକାଲି ବିଳମ୍ବିତ ରାତିରେ ଖେଳା ଯାଇଥିବା ସେମି ଫାଇନାଲରେ ଦଳ ସ୍ପେନକୁ ପେନାଲ୍ଟି ଶୁଟ ଆଉଟ(୪-୨)ରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।
ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ହେଁ କେହି ବି ଏହାକୁ ଗୋଲରେ ପରିଣତ କରି ପାରି ନଥିଲେ। ତେବେ ମ୍ୟାଚ୍ର ୬୦ତମ ମିନିଟ୍ରେ ଇଟାଲୀର ଫେଡରିକୋ ଚିଏସା ଚମତ୍କାର ଗୋଲ ସ୍କୋର କରି ଦଳରୁ ୧-୦ରେ ଆଗୁଆ କରି ଦେଇଥିଲେ। ୧-୦ରେ ପଛରେ ଥିବା ସ୍ପେନ ହଠାତ୍ ତା’ର ରଣନୀତି ବଦଳାଇ କାଉଣ୍ଟର ଆଟାକ ଆରମ୍ଭ କରିଥିଲା।
ଦଳକୁ ଏହାର ଫାଇଦା ମଧ୍ୟ ମିଳିଥିଲା। ଦଳର ଷ୍ଟାର ଖେଳାଳି ଅଲଭୋରା ମୋରାଟା ମ୍ୟାଚର ୮୦ତମ ମିନିଟରେ ଗୋଲ ସ୍କୋର କରି ସ୍ଥିତି ୧-୧ କରି ଦେଇଥିଲେ। ୯୦ ମିନିଟ୍ ମଧ୍ୟରେ ସ୍ଥିତି ୧-୧ ରହିବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ୩୦ ମିନିଟ୍ ସମୟରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଫଳରେ ଫାଇନାଲ ଟିକେଟ ପାଇଁ ଦୁଇ ଦଳ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ ହୋଇଥିଲା।
Scenes for Spain at Wembley! #EURO2020 pic.twitter.com/sxvstt92eP
— UEFA EURO 2020 (@EURO2020) July 6, 2021
ପ୍ରଥମ ଶଟ୍ ଉଭୟ ଦଳ ମିସ୍ କରିଥିଲେ। ହେଲେ ଏହାପରେ ଇଟାଲୀ କ୍ରମାଗତ ୪ଟି ଶଟ୍ ଗୋଲରେ ପରିଣତ କରିଥିବା ବେଳେ ଇଟାଲୀ ମାତ୍ର ୨ଟି ଗୋଲ ସ୍କୋର କରିପାରି ଥିଲା। ସ୍ପେନ ପକ୍ଷରୁ ୪ର୍ଥ ଶଟ୍ ମାରିବାକୁ ଆସିଥିବା ମୋରାଟା ପେନାଲ୍ଟି ଶଟ୍ ମିସ୍ କରିଥିଲେ। ହେଲେ ଏହା ପରେ ଇଟାଲୀ ପକ୍ଷରୁ ଜୋରଘିନୋ ନିଜର ପେନାଲ୍ଟି ଶଟ୍କୁ ଗୋଲରେ ପରିଣତ କରିବା କ୍ଷଣି ଦଳ ୪-୨ରେ ମ୍ୟାଚ୍କୁ ଜିତି ନେଇଥିଲା।
Penalty shoot-out thread #EURO2020 pic.twitter.com/vMVEAO9Fts
— UEFA EURO 2020 (@EURO2020) July 6, 2021
ଆଜି ରାତି ୧୨.୩୦ରେ ଦ୍ୱିତୀୟ ସେମି ଫାଇନାଲରେ ଡେନମାର୍କ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ରେ ଯିଏ ଜିତିବ ଉକ୍ତ ଦଳ ଇଟାଲୀ ସହ ରବିବାର ରାତିରେ ଫାଇନାଲ ମ୍ୟାଚ୍ ଖେଳିବ।
The post ଶୁଟ ଆଉଟରେ ସ୍ପେନକୁ ହରାଇ ଫାଇନାଲରେ ଇଟାଲୀ appeared first on Odisha Reporter.
from Odisha Reporter https://ift.tt/3hERX9D
No comments:
Post a Comment