ଆଜି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ, ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ଆଜି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ, ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ!

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଯାଇଛି। କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଓ କାହାକୁ ବିଦା କରାଯିବ, ତା’ର ନିଷ୍ପତ୍ତି ମଧ୍ୟ ହୋଇ ସାରିଛି।

ମନ୍ତ୍ରୀ ପଦ ପାଇବାକୁ ଥିବା ନେତା ଓ ସାଂସଦମାନେ ଦିଲ୍ଲୀ ଆସିବାରେ ଲାଗିଛନ୍ତି। ଏହି ବହୁପ୍ରତିକ୍ଷୀତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଓବିସି, ମହିଳା ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ ମିଳିବ। ନୂଆ ମନ୍ତ୍ରିମଣ୍ଡଳର ହାରାହାରି ବୟସ ହ୍ରାସ କରାଯିବ। ଏହାର ଅର୍ଥ କମ ବୟସ୍କମାନଙ୍କୁ ଅଧିକ ଫୋକସ ଦିଆଯିବ।

ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବାକୁ ଥିବାରୁ ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ସେହିପରି ନୂଆ ସଦସ୍ୟମାନେ ସନ୍ଧ୍ୟା ୬ଟାରେ ପଦ ଓ ଗୋପନୀୟତାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଗତକାଲି ରାତି ସୁଦ୍ଧା କ୍ୟାବିନେଟ ସଚିବ ରାଷ୍ଟ୍ରପତି ଭବନକୁ କୌଣସି ପ୍ରକାରର ସୂଚନା ଦେଇନାହାନ୍ତି। ତଥାପି ଆଜି ଏହି ପ୍ରକ୍ରିୟାକୁ ଶେଷ କରାଯିବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯିବ। ତେଣୁ ଉତ୍ତର ପ୍ରଦେଶରୁ ଅଧିକ ସଦସ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ସେହିପରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ମଧ୍ୟ ଫୋକସରେ ରଖାଯାଇଛି।

ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରଫେସନାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ସାଂସଦମାନଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ପ୍ରଶାସନିକ ସେବାର ଦକ୍ଷତା ରଖିଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିବ।  ପଛୁଆ ବର୍ଗର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ନିଜର ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବାକୁ ଚାହୁଁଛି। ଉତ୍ତର ପ୍ରଦେଶ ବ୍ରାହ୍ମଣ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ। ରବିକିଶନ, ଅଜୟ ମିଶ୍ରା ଓ ହରିଶ ଦ୍ୱିବେଦୀ ମନ୍ତ୍ରୀ ପଦ ପାଇବା ରେସ୍‌ରେ ଅଛନ୍ତି।

ଅର୍ଜୁନ ମେଘୱାଲ ବର୍ତ୍ତମାନ ସଂସଦୀୟ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି। ତାଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ମନ୍ତ୍ରୀ ପଦ ମିଳିବ। କାରଣ ଏହି ପଦରେ ଥିବା ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକା ରାଜ୍ୟପାଳ ଭାବେ ଗତକାଲି ନିଯୁକ୍ତି ପାଇଛନ୍ତି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କଂଗ୍ରେସରୁ ବିଜେପିକୁ ଆସି ରାଜ୍ୟସଭା ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯିବ। ଏଥିପାଇଁ ଗତକାଲି ଠାରୁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ନାରାୟଣ ରାଣେ, ଏଲଜେପିର ପଶୁପତି ପାରସ, ଆପନା ଦଳର ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦ ମିଳିବ।

ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

The post ଆଜି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ, ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ! appeared first on Odisha Reporter.



from Odisha Reporter https://ift.tt/36jdvUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages