ପଦକରୁ ପାଦେ ଦୂରରେ ଲଭଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ପଦକରୁ ପାଦେ ଦୂରରେ ଲଭଲିନା

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ପଦକ ଆଶା ସଞ୍ଚାର କରିଛନ୍ତି। ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ୍ ମହିଳା ୱେଲ୍ଟରୱେଟ୍  ୬୯ କେଜି ବର୍ଗର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର୍ ମୁକାବିଲା ଜିତିବାରେ ଲଭଲିନା ଭାରତ ପାଇଁ ପଦକ ନିଶ୍ଚିତ କରିଦେବେ। ମଙ୍ଗଳବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଲଭଲିନା ଜର୍ମାନୀର ଭେଟେରାନ୍ ବକ୍ସର୍ ନାଡିନ୍ ଆପେଜଙ୍କୁ ୩-୨ ପଏଣ୍ଟରେ ହରାଇଛନ୍ତି।

ଆରମ୍ଭରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା। ତେବେ ମୁକାବିଲାର ପ୍ରଥମ ରାଉଣ୍ଡ ଲଭଲିନାଙ୍କ ନାଁରେ ରହିଥିଲା। ଲଭଲିନା ଏହି ରାଉଣ୍ଡକୁ ୩-୨ରେ ହାତେଇ ନେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ଜର୍ମାନୀ ବକ୍ସର ଆପେଜ୍ ନିଜ ଅଭିଜ୍ଞତାର ଭରପୂର ବ୍ୟବହାର କରିବା ସହ ମ୍ୟାଚକୁ କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଜିତିପାରିନଥିଲେ। ଏହି ରାଉଣ୍ଡରେ ମଧ୍ୟ ଲଭଲିନା ୩-୨ରେ ବିଜୟୀ ହୋଇଥିଲେ।

ପ୍ରଥମ ଦୁଇଟି ରାଉଣ୍ଡରେ ପଛୁଆ ଥିବା ଆପେଜ୍ ତୃତୀୟ ରାଉଣ୍ଡରେ ପୂରା ଜୋଶ୍ ସହ ରିଙ୍ଗକୁ ଓହ୍ଲାଇଥିଲେ। ସେ ଭାରତୀୟ ବକ୍ସରଙ୍କୁ କିଛି ପଞ୍ଚ୍ ମାରିଥିଲେ ଏବଂ ଜଜଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଯେତେବେଳେ ଶେଷ ବେଲ୍ ବାଜିଲା, ଭାରତ ହାତରେ ବିଜୟ ଥିଲା। କ୍ୱାର୍ଟରଫାଇନାଲରେ ଲଭଲିନାଙ୍କ ସାମ୍ନା ଚତୁର୍ଥ ସିଡ୍ ଚାଇନିଜ୍ ତାଇପେ ବକ୍ସର୍ ଚେନ୍ ନିଏନ୍-ଚିନଙ୍କ ସହ ହେବ।

୩୫ ବର୍ଷୀୟ ଆପେଜ୍ ପ୍ରଥମ ଜର୍ମାନ୍ ବକ୍ସର ଭାବେ ଅଲିମ୍ପିକ୍ସର ବକ୍ସିଂ ଇଭେଣ୍ଟକୁ କ୍ୱାଲିଫାଏ କରିଛନ୍ତି। ତାଙ୍କ ନାଁରେ ଦୁଇଥର ବିଶ୍ୱ ଚାମ୍ପିୟନଶିପ୍ ଏବଂ ୟୁରୋପିଅନ୍ ଟାଇଟଲ୍ ରହିଛି। ଅନ୍ୟପକ୍ଷରେ ଲଭଲିନା ଦୁଇଥର ବିଶ୍ୱ ଚାମ୍ପିୟନ୍ ଏବଂ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଲଭଲିନା ଆସାମର ଏକ ଛୋଟିଆ ଗାଁରୁ ଅଲିମ୍ପିକ୍ସ ଯାତ୍ରା ନିର୍ଦ୍ଧାରଣ କରିଛନ୍ତି। ଲଭଲିନା ଆସାମର ପ୍ରଥମ ବକ୍ସର, ଯିଏ ଅଲିମ୍ପିକ୍ସ ଟିକେଟ୍ କାଟିଛନ୍ତି।

ଲଭଲିନାଙ୍କ ବ୍ୟତୀତ ୬ଥରର ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଏମସି ମ୍ୟାରୀ କମ୍ ମଧ୍ୟ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ମ୍ୟାରୀ କମ୍ ଅନ୍ତିମ-୧୬ରେ ପ୍ରବେଶ କରିସାରିଛନ୍ତି। ପଦକ ଜିତିବା ପାଇଁ ମ୍ୟାରୀ କମଙ୍କୁ ଆହୁରି ଦୁଇଟି ମୁକାବିଲା ଜିତିବାକୁ ପଡ଼ିବ।

The post ପଦକରୁ ପାଦେ ଦୂରରେ ଲଭଲିନା appeared first on Odisha Reporter.



from Odisha Reporter https://ift.tt/2VfLD0Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages