୫ରୁ ଖୋଲିବ ଭିତରକନିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଦେଇଛନ୍ତି ଏହି ସୂଚନା।

ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ।

ରାଜଗନର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟଟକମାନେ କେବଳ ଦିନବେଳା ଭିତରକନିକାରେ ପ୍ରବେଶ କରିବାକୁ ଅନୁମତି ପାଇବେ। ଏବେ ଏଠାରେ ରାତ୍ରୀଯାପନ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ପରେ ଏ ସଂପର୍କରେ ନିଷ୍ପତ୍ତି ହେବ।

ତାଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ୫ରୁ ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକମାନଙ୍କ ପାଇଁ ସରକାରୀ ଓ ଘରୋଇ ବୋଟ୍‌ ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି।

ଏହା ସହିତ ଭିତରକନିକାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ କୋଭିଡ୍ ଗାଇଡ୍‌ ଲାଇନ୍, ଯେପରିକି ମାସ୍କ ପିନ୍ଧିବା ଆଦିକୁ ମାନିବାକୁ ବନଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି।

The post ୫ରୁ ଖୋଲିବ ଭିତରକନିକା appeared first on Odisha Reporter.



from Odisha Reporter https://ift.tt/3zOv4YW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages