ନୂଆଦିଲ୍ଲୀ: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ଜଟିଳ ରୋଗର ସମସ୍ୟା ପ୍ରାୟତଃ ରହିଛି। ଏବେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି। ଯାହାକି ମୁଣ୍ଡରୁ କେଶ ଝଡ଼ିବା। ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏଭଳି ରୋଗୀ ଚିକିତ୍ସା କରିବାକୁ ଆସୁଥିବା ସୂଚନା ରହିଛି। ପ୍ରତି ସପ୍ତାହରେ ୪ରୁ ୫ ଜଣ ରୋଗୀ ଚିକିତ୍ସା ପାଇଁ ଏହି ଘରୋଇ ହସ୍ପିଟାଲକୁ ଆସୁଥିବା ଗୁରୁବାର ଜଣାପଡ଼ିଛି।
ହସ୍ପିଟାଲର ମୁଖପାତ୍ର କହିଛନ୍ତି, ସାଧାରଣତଃ ଚାରିରୁ ପାଞ୍ଚ ଜଣ ସପ୍ତାହରେ ଆସୁଛନ୍ତି। ତେବେ ମେ ମାସ ଅଧାରୁ ଏପରି ରୋଗୀଙ୍କ ସଂଖ୍ୟା ବଢ଼ିଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଏବେ କୋଭିଡରୁ ଭଲ ହେବା ପରେ କେଶ ସମସ୍ୟାରେ ସାମ୍ନା କରୁଥିବା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣା ରହିଛି। କୋଭିଡରୁ ଆରୋଗ୍ୟ ହେବାର ମାସକ ପରେ କେଶ ଝଡ଼ିବା ସମସ୍ୟା ରହୁଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ ପୋଷ୍ଟ କୋଭିଡରେ ଜଟିଳ ରୋଗ, ଖାଇବା ସମୟରେ ପରିବର୍ତ୍ତନ, ଜ୍ୱର, ଚାପ, ଚିନ୍ତା, ହଠାତ୍ ହରମୋନ ପରିବର୍ତ୍ତନ ପାଇଁ କେଶ ସମସ୍ୟା ଦେଖାଦେଇଛି।
ସଂପୃକ୍ତ ଘରୋଇ ହସ୍ପିଟାଲର କସମେଟିକ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ଶାହିନ୍ ନୋରେଜଡାନ୍ କହିଛନ୍ତି, “କେଶ ଝଡ଼ିବା ସହ ସମସ୍ୟା ଦେଖାଦେଇଥିବା ରୋଗୀଙ୍କ ସଂଖ୍ୟା ଏବେ ଦୁଇ ଗୁଣ ବୃଦ୍ଧି ଘଟିଛି। ପୋଷ୍ଟ-କୋଭିଡ୍ ପାଇଁ ଏହି ସମସ୍ୟା ଉପୁଜିଛି। ଏଥିସହିତ ଖାଦ୍ୟରେ ଅନିୟମିତତା, ହଠାତ୍ ଓଜନ କମିବା, ହରମୋନରେ ପରିବର୍ତ୍ତନ ପାଇଁ ଏପରି ସମସ୍ୟା ଉପୁଜିଛି”।
ଏହି ବିଭାଗର ଅନ୍ୟତମ ଡାକ୍ତର କୁଲଦୀପ ସିଂ କହିଛନ୍ତି ଯେ କୋଭିଡ ପରେ କେଶ ଝଡିବା ଅସ୍ଥାୟୀ। ଟେଲୋଜେନ ଏଫ୍ଲୁବିୟମ ନାମକ ଏକ ଅବସ୍ଥା ଯୋଗୁଁ ଏପରି ସମସ୍ୟା ଦେଖାଯାଉଛି। ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ହେବା ପରେ ଶରୀରରେ ହୋଇଥିବା କ୍ଷତିର ଏହା ଏକ ପ୍ରକାର ପରିଣାମ। ଯେଉଁଥିପାଇଁ ଟେଲୋଜେନ ଏଫ୍ଲୁବିୟମ ବଢୁଛି। ସେ କହିଛନ୍ତି ଯେ ସାଧାରଣତଃ ଜଣେ ବ୍ୟକ୍ତି ପ୍ରତିଦିନ ୧୦୦ଟି କେଶ ହରାନ୍ତି। କିନ୍ତୁ ଟେଲୋଜେନ ଏଫ୍ଲୁବିୟମ କାରଣରୁ ଏହି ସଂଖ୍ୟା ଦିନକୁ ୩୦୦-୪୦୦କୁ ବୃଦ୍ଧି ପାଇପାରେ।
ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ଭିଟାମିନ୍ ଏବଂ ଆଇରନ ଥିବା ଖାଦ୍ୟ ଖାଇବା ଦରକାର। ଲୌହ ଅଭାବ କେଶ ଝଡିବାକୁ ବଢ଼ାଇପାରେ। ଯେତେବେଳେ ପ୍ରୋଟିନ୍ ଯୁକ୍ତ, ସନ୍ତୁଳିତ ଖାଦ୍ୟ ଜଣେ ଖାଇଲେ କେଶ ଝଡ଼ିବା ହ୍ରାସ ପାଇବ। ପାଞ୍ଚରୁ ଛଅ ସପ୍ତାହ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଖାଇବା ପରେ ଯଦି କେଶ ଝଡିବା ଜାରି ରହିବ ତାହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।
The post କରୋନାରୁ ଆରୋଗ୍ୟ ହେବା ପରେ ଝଡୁଛି କେଶ: ଡାକ୍ତର appeared first on Odisha Reporter.
from Odisha Reporter https://ift.tt/3zTeJSW
No comments:
Post a Comment