କରୋନା ପରେ ଡରାଇଲାଣି ଜିକା ଭାଇରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

କରୋନା ପରେ ଡରାଇଲାଣି ଜିକା ଭାଇରସ

ମୁମ୍ବାଇ: ମହାମରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ। ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି ଜିକା। ମହାରାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି। ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ୫୦ ବର୍ଷୀୟ ମହିଳାଙ୍କ ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛି।

ରିପୋର୍ଟ ମୁତାବକ ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍ ଗୁନିଆରେ ମଧ୍ୟ ପୀଡିତ ଥିଲେ। ଜିକା ଭାଇରସ ମାମଲା ପାଇବା ପରେ ଏକ ସରକାରୀ ଡାକ୍ତରୀ ଦଳ ଶନିବାର ପୁରନ୍ଦର ତହସିଲର ବେଲସର ଗ୍ରାମ ପରିଦର୍ଶନ କରିଥିଲେ। ସେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଥିଲେ।

ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚ ଜଣ ରୋଗୀଙ୍କ ନମୁନା ଜୁଲାଇ ୧୬ରେ NIV ପୁଣେକୁ ପଠାଯାଇଥିଲା। ସେଥିରୁ ତିନୋଟି ନମୁନାରେ ଚିକେନ୍‌ଗଚନିଆ ମିଳିଥିଲା। ଜୁଲାଇ ୨୭ ରୁ ୨୯ ପର୍ଯ୍ୟନ୍ତ NIV ଟିମ୍ ବେଲସର ଏବଂ ପରିଞ୍ଚେ ଗ୍ରାମ ପରିଦର୍ଶନ କରି ୪୧ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ନେଇଥିଲେ। ଏଥିମଧ୍ୟରୁ ୨୫ ଜଣଙ୍କ ଠାରେ ଚିକେନ୍‌ଗୁନିଆ, ତିନୋଟି ଡେଙ୍ଗୁ ଏବଂ ଜଣଙ୍କ ଠାରେ ଜିକା ଭୂତାଣୁ ମିଳିଥିଲା।

ଜିକା ଭାଇରସକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ହୋଇଥିବା ମହିଳା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ।

The post କରୋନା ପରେ ଡରାଇଲାଣି ଜିକା ଭାଇରସ appeared first on Odisha Reporter.



from Odisha Reporter https://ift.tt/37rI4HX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages