ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ!

ନୀଳଗିରି (ବିଶ୍ୱମ୍ବର ଦାସ): ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରକାରୀ ଗ୍ରୁପରେ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଜୁଲାଇ ୩୦ ଓ ୩୧ ତାରିଖରେ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଥିଲେ। ସେହି ଅନୁସାରେ ଶୁକ୍ରବାର କିଛି ସାମ୍ବାଦିକ ଟିକା ନେବା ପାଇଁ ଯାଇଥିଲେ ହେଁ, କୌଣସି ସୁବିଧା ନପାଇବାରୁ ଫେରି ଆସିଥିଲେ।

ଏହା ପରେ ଶନିବାର ମଧ୍ୟ ନୀଳଗିରିର କିଛି ସାମ୍ବାଦିକ ଯାଇ କେନ୍ଦ୍ରରେ କମ୍ପ୍ୟୁଟରରେ ନିଜ ଆଧାର କାର୍ଡ ଏଣ୍ଟ୍ରି କରିଥିଲେ। କିନ୍ତୁ କାହାରି ଆଧାରକାର୍ଡ ଏଣ୍ଟ୍ରି ନନେବାରୁ ପୁଣି ଭୋଟର କାର୍ଡ ଏଣ୍ଟ୍ରି ବେଳେ ଫ୍ରଣ୍ଟଲାଇନ ୱାରିୱର ଅପସନ ମଧ୍ୟ ନେଉନଥିଲା। ତେଣୁ ଟେକ୍ନିସିଆନ ସମସ୍ତଙ୍କୁ ସିନିୟର ସିଟିଜେନ ଅପ୍ସନ ଚୟନ ପାଇଁ କହିଥିଲେ, ଯାହାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା।

ଏହାରି ଭିତରେ ମେଡିକାଲ ପ୍ରୋଗ୍ରାମ ଅଫିସର ବିଶ୍ଵଜିତ ଦାସ ଓ ଟେକ୍ନିସିଆନ ପ୍ରହ୍ଲାଦ ଗିରି ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଦୁର୍ବବାହାର କରିବା ସହ ଟିକା କେନ୍ଦ୍ର ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଯାହା ପରେ ନିରୁପାୟ ହୋଇ ସାମ୍ବାଦିକ ମାନେ ସେଠାରୁ ପଳାଇ ଯାଇଥିଲେ।

ସବୁଠାରୁ ବଡ଼ କଥା ଯେ, ଏଠାରେ ଯୁବକଙ୍କୁ ବୟସ୍କ ଦେଖାଇ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଟିକା ନେବାକୁ ଆସୁଥିବା ସାଧାରଣ ଲୋକ ଏଭଳି ହୀନସ୍ତାରେ ସମ୍ମୁଖୀନ ନହେବାକୁ ସାମ୍ବାଦିକ ମାନେ ଦାବି କରିବା ସହ ଏଥିରେ ପ୍ରଶାସନର ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।

ଏ ନେଇ ନୀଳଗିରି ଏସଡିଏମଓ ଅଜୟ କୁମାର ସାମଲ କହିଛନ୍ତି, ଗତଥର ଆମେ ଟିକାକରଣ ପାଇଁ ସ୍ପେଶାଲ ଦିନ ରଖିଥିଲୁ। କିନ୍ତୁ ଏଥର କମ୍ୟୁନିକେସନ୍ ଗ୍ୟାପ୍ ହୋଇଛି। ଯଦି ଏଥର ମଧ୍ୟ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାନ୍ତା, ତାହେଲେ ଏଭଳି ପରିସ୍ଥିତି ହୋଇନଥାନ୍ତା। ଯଦି କୌଣସି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥାଏ, ତାହେଲେ ଏଥିପାଇଁ ଆମେ ବହୁତ ଦୁଃଖିତ। ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ଏସଡିଏମଓ କହିଛନ୍ତି।

The post ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ! appeared first on Odisha Reporter.



from Odisha Reporter https://ift.tt/3C2nZ8Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages