ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ‘ଦୋସ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ‘ଦୋସ୍ତି’

ହାଇଦ୍ରାବାଦ: ଫ୍ରେଣ୍ଡସିପ ଡେ’ଭେଟି। ସାମ୍ନାକୁ ଆସିଲା ସାଉଥ ସୁପରଷ୍ଟାର ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ଜବରଦସ୍ତ ଦୋସ୍ତି। ଫ୍ରେଣ୍ଡସିପ୍ ଡେ’କୁ ଆହୁରି ଅଧିକ ସ୍ୱତନ୍ତ୍ର କରିବା ପାଇଁ ‘ଆର୍‌ଆର୍‌ଆର୍‌’ ଫିଲ୍ମ ନିର୍ମାତା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବନ୍ଧୁତ୍ୱକୁ ଟ୍ରିବ୍ୟୁଟ୍ ଦେବା ପାଇଁ ରିଲିଜ ହୋଇଛି ଫିଲ୍ମର ପ୍ରଥମ ଗୀତ ‘ଦୋସ୍ତି’।

ଏହି ଗୀତରେ ଫିଲ୍ମର ମୁଖ୍ୟ କଳାକାର ଜୁନିଆର ଏନ୍‌ଟିଆର୍ ଏବଂ ରାମଚରଣଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ଦର୍ଶାଯାଇଛି। ଗୀତଟି ରିଲିଜ ହେବା ପରେ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୀତଟିକୁ ଅମିତ ତ୍ରିବେଦୀ ଗାଇଛନ୍ତି। ଏହାର ଲିରିକ୍ସ ଲେଖିଛନ୍ତି ରିଆ ମୁଖାର୍ଜୀ ଏବଂ ଏମ୍ ଏମ୍ କ୍ରିମ୍ ଦ୍ୱାରା ଏହାକୁ କମ୍ପୋଜ କରାଯାଇଛି।

ବାହୁବଳୀ ଫେମ୍ ଏସଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଦୁଇ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମି କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତା ରାମ ରାଜୁଙ୍କ କାଳ୍ପନିକ କାହାଣୀ ଉପରେ ଆଧାରିତ। ଫିଲ୍ମର ଲିଡ୍ ରୋଲ୍‌ରେ ରାମ ଚରଣ, ଜୁନିଅର ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ଅଛନ୍ତି।

ଆର୍‌ଆର୍‌ଆର୍ ଭାରତର ସବୁଠାରୁ ବଡ଼ ଫିଲ୍ମ। ୪୫୦ କୋଟି ଟଙ୍କା ବଜେଟ୍‌ରେ ଏହି ଫିଲ୍ମକୁ ତିଆରି କରାଯାଇଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲୁଗୁ, ହିନ୍ଦୀ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ଆସନ୍ତା ଅକ୍ଟୋବର ୧୩ ତାରିଖରେ ଫିଲ୍ମଟିକୁ ରିଲିଜ କରାଯିବ।

The post ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ‘ଦୋସ୍ତି’ appeared first on Odisha Reporter.



from Odisha Reporter https://ift.tt/3lgMkBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages