ବାବୁଲ ସୁପ୍ରିୟୋଙ୍କ ଟାର୍ଗେଟରେ ବେଙ୍ଗଲ ବିଜେପି ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ବାବୁଲ ସୁପ୍ରିୟୋଙ୍କ ଟାର୍ଗେଟରେ ବେଙ୍ଗଲ ବିଜେପି ସଭାପତି

କୋଲକାତା: ରାଜନୀତିକୁ ଅଲବିଦା କହିବେ ବୋଲି ଘୋଷଣା କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ଆଉ ଏକ ଫେସବୁକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଏବଂ ଟିଏମସି ନେତା କୃଣାଳ ଘୋଷକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ବାଦ୍ ପଡ଼ିଥିବା ଏହି ବିଜେପି ନେତା ଗତକାଲି ରାଜନୀତିରୁ ସନ୍ୟାସ ନେବା ସହିତ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଫେସବୁକରେ ଏହି ସୂଚନା ଦେବା ପରେ ଉଭୟ ବିଜେପି ଏବଂ ଟିଏମସି ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।

ଆଜି ବାବୁଲ ସୁପ୍ରିୟୋ ଫେସବୁକରେ ନିଜର ମତ ଜାହିର କରିବା ବେଳେ ବିଜେପି ସାଂସଦ ଦିଲୀପ ଘୋଷ ଏବଂ ଟିଏମସି ନେତା କୃଣାଳ ଘୋଷଙ୍କ ମନ୍ତବ୍ୟର ଏକ ସ୍କ୍ରିନ୍ ଶଟ୍ ଶେଆର୍ କରିଛନ୍ତି। ବାବୁଲ ଲେଖିଛନ୍ତି  ରାଜନୀତିରୁ ସନ୍ୟାସ ନେବା ପରେ ଆଉ ଏଭଳି ମନ୍ତବ୍ୟ ଶୁଣିବାକୁ ମିଳିବ ନାହିଁ। ଏହାଦ୍ୱାରା ତାଙ୍କୁ ସକାରାତ୍ମକ ଶକ୍ତି ମିଳିବ। ପରବର୍ତ୍ତୀ ସମୟରେ ଏହି ସକାରାତ୍ମକ ଶକ୍ତିକୁ ଅନ୍ୟତ୍ର ବ୍ୟବହାର କରିବେ ବୋଲି ସେ ବେଙ୍ଗଲୀ ଭାଷାରେ ଲେଖିଛନ୍ତି।

ଦିଲୀପ ଏବଂ କୃଣାଳଙ୍କ ମନ୍ତବ୍ୟ ଉପରେ ବାବୁଲ ଲେଖିଛନ୍ତି ଯେ ସମସ୍ତେ ମୋର ସନ୍ୟାସକୁ ନେଇ ନିଜ ନିଜ ଶୈଳୀରେ ମତ ରଖୁଛନ୍ତି। କିଏ ସମର୍ଥନ କରୁଛନ୍ତି କିଏ ବିରୋଧ କରୁଛି। କିଛି ଲୋକ ନିଜ ନିଜ ଭାଷା ବ୍ୟବହାର କରୁଛନ୍ତି। ତେବେ ସେ ସମସ୍ତ କଥାକୁ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ଭଲ କାମ କରିବା ପାଇଁ ସାଂସଦ କିମ୍ବା ମନ୍ତ୍ରୀ ହେବା ଆବଶ୍ୟକ କି ବୋଲି ବାବୁଲ ପ୍ରଶ୍ନ କରିଛନ୍ତି। ବାବୁଲ ଆହୁରି ଲେଖିଛନ୍ତି ଯେ ସେ ଏବେ ଗୀତ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବେ। ଏବେ ତାଙ୍କ ପାଖରେ ବହୁତ ସମୟ ଅଛି। ଆଗାମୀ ଦିନରେ ଅନେକ ସକାରାତ୍ମକ ଶକ୍ତିକୁ ସେ ସାଉଁଟିବେ। ପରେ ଲୋକଙ୍କ କାମରେ ବିନିଯୋଗ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବାବୁଲ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିବା ପରେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କିଏ କଣ ଲେଖୁଛି ତାହା ସେ ଦେଖନ୍ତି ନାହିଁ। ସେ କିନ୍ତୁ ତାଙ୍କ ଇସ୍ତଫା ପତ୍ର ଦେଇନାହାନ୍ତି ବୋଲି କହିଛନ୍ତି। ରାଜନୀତିରେ କିଏ ରହିବ ଏବଂ ଯିବ ତାହା ନିଜସ୍ୱ ନିଷ୍ପତ୍ତି। ଅନ୍ୟପକ୍ଷରେ ଟିଏମସି ନେତା କୃଣାଳ ଘୋଷ କହିଥିଲେ ଯେ ଲୋକସଭା ଚାଲିଛି। ସେଠାରେ ବାଚସ୍ପତି ଅଛନ୍ତି। ତେଣୁ ଇସ୍ତଫା ଦେବେ ବୋଲି କହି ନାଟକ କରିବା ଅପେକ୍ଷା ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ଉଚିତ ବୋଲି କୃଣାଳ କହିଥିଲେ। ଶୋଲେ ଫିଲ୍ମରେ ଧର୍ମେନ୍ଦ୍ର ଏକ ଟ୍ୟାଙ୍କ ଉପରକୁ ଚଢ଼ି ଯେମିତି ନାଟକ କରିଥିଲେ। ଏବେ ସମାନ ନାଟକ ବାବୁଲ କରୁଛନ୍ତି ବୋଲି ସେ କହିଛନ୍ତି।

The post ବାବୁଲ ସୁପ୍ରିୟୋଙ୍କ ଟାର୍ଗେଟରେ ବେଙ୍ଗଲ ବିଜେପି ସଭାପତି appeared first on Odisha Reporter.



from Odisha Reporter https://ift.tt/3lkjzEI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages