ଆତ୍ମସମର୍ପଣ କଲା ଆଇତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

ଆତ୍ମସମର୍ପଣ କଲା ଆଇତୁ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆତ୍ମସମର୍ପଣ କରିଛି କେକେବିଏନ୍‌ର କ୍ୟାଡର ନକ୍ସଲ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛି।

ଆଇତୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ମନକେଲି ଗାଁରେ। ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ୨୦୧୩ରେ ତାକୁ ସୁନାବେଡ଼ା ଡିଭିଜନକୁ ପଠା ଯାଇଥିଲା। ସେଠାରେ ଦୁଇ ମାସ ରହିବା ପରେ ସେହି ବର୍ଷ ତାକୁ ବିବିଏମ୍‌ ଡିଭିଜନକୁ ପାର୍ଟି ମେମ୍ବର ଭାବେ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରେ ତାକୁ ୧୨ ବୋର୍ ରାଇଫଲ ଦିଆଯାଇଥିଲା। ୨୦୧୬ରେ ତାକୁ କେକେବିଏନ୍ ଡିଭିଜନକୁ ପଠାଗଲା। ୨୦୧୮ରେ ତାକୁ କୋଡ଼ଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିରେ ଏସିଏମ୍‌ ପଦବୀକୁ ଉନ୍ନୀତ କରାଯାଇଥିଲା।

ଆଇତୁ ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ୨୦୧୭ ମସିହା ଡିସେମ୍ବର ମାସରେ ଗୋଛାପଡ଼ା ଥାନା ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ, ୨୦୧୯ରେ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ଗୁଳିବିନିମୟ, ୨୦୧୯ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ହୋଇଥିବା କୈଳାସ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣା ଏବଂ ୨୦୨୦ରେ ଖମନଖୋଲ ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ ସହିତ ୨୦୨୧ରେ ଏପ୍ରିଲ୍‌ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ସହିତ ହୋଇଥିବା ଗୁଳିବିନିମୟ ଘଟଣାରେ ସେ ସଂପୃକ୍ତ ରହିଥିଲା।

The post ଆତ୍ମସମର୍ପଣ କଲା ଆଇତୁ appeared first on Odisha Reporter.



from Odisha Reporter https://ift.tt/3zRSlJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages