ନୂଆଦିଲ୍ଲୀ: ଆଜି ଆସିବ ସିବିଏସ୍ଇ ଦଶମ ଶ୍ରେଣୀ ରେଜଲ୍ଟ। ଦିନ ୧୨ଟାରେ ଏହି ରେଜଲ୍ଟ ଘୋଷଣା ହେବ। ଏନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। cbseresults.nic.in ଓ cbse.gov.inରେ ରେଜଲ୍ଟ ଦେଖି ହେବ। ଚଳିତ ବର୍ଷ କରୋନା ଯୋଗୁ ପରୀକ୍ଷା ହୋଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ସିବିଏସ୍ଇ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରି ରେଜଲ୍ଟ ପ୍ରକାଶ କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୩୦ ତାରିଖରେ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ କରାଯାଇଥିଲା। ଚଳିତ ବର୍ଷ ଏଥିରେ ୯୯.୩୭% ପିଲା ପାସ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୯୯.୧୩% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୯.୬୭% ରହିଛି।
ଭୁବନେଶ୍ୱର ରିଜନରେ ୯୯.୫୫% ପିଲା ପାସ କରିଥିବା ବେଳେ ତ୍ରିବେନ୍ଦ୍ରମରେ ୯୯.୮୯%, ବେଙ୍ଗାଲୁରୁରେ ୯୯.୮୩%, ଚେନ୍ନାଇରେ ୯୯.୭୭%, ଦିଲ୍ଲୀ(ପଶ୍ଚିମ) ୯୯.୮୪%, ଦିଲ୍ଲୀ(ପୂର୍ବ) ୯୯.୮୪%, ପଞ୍ଚକୁଲା ୯୯.୫୪%, ଚଣ୍ଡିଗଡ଼ ୯୯.୪୭%, ଭୋପାଲ ୯୯.୩୪%, ପୁଣେ ୯୯.୩୫%, ଆଜମେର ୯୯.୨୯%, ନୋଏଡା ୯୯.୦୨%, ଗୌହାଟୀ ୯୯.୩୧%, ଡେରାଡୁନ ୯୮. ୬୪%, ପ୍ରାୟାଗରାଜ ୯୮.୫୯% ଓ ପାଟନାରେ ୯୮.୯୧% ପିଲା ପାସ କରିଛନ୍ତି।
ଚଳିତ ବର୍ଷ ମୋଟ ୧୨ ଲକ୍ଷ ୯୬ ହଜାର ୩୧୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପ୍ରତିଶତ ନମ୍ବର ରଖିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ଶତ ପ୍ରତିଶତ ରହିଥିବା ବେଳେ ନବୋଦୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ୯୯.୯୪ % ଓ ଘରୋଇ ସ୍କୁଲ୍ ଗୁଡ଼ିକର ପାସ୍ ହାର ୯୯.୨୨ ପ୍ରତିଶତ ରହିଛି।
The post ଆଜି ସିବିଏସ୍ଇ ଦଶମ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/3Cc3Q0c
No comments:
Post a Comment