ନୂଆଦିଲ୍ଲୀ: ବିରୋଧୀ ଦଳର ଏକତାକୁ ମଜଭୁତ କରିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ବ୍ରେକଫାଷ୍ଟ ପଲିଟିକ୍ସ। ସମସ୍ତ ବିରୋଧୀ ଦଳ ସାଂସଦ ଏବଂ ଅନ୍ୟ ନେତାଙ୍କ ସହ ଆଜି ସେ ବ୍ରେକଫାଷ୍ଟ କରିଛନ୍ତି ଓ ସଂସଦରେ ସରକାରଙ୍କୁ କିଭଳି ଘେରିବେ ସେ ନେଇ ଚର୍ଚ୍ଚା କରିଛନ୍ତି।
ଏଥିରେ ରାହୁଲ କହିଥିଲେ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ମାମଲାରେ ସମସ୍ତେ ସ୍ୱର ଉଠାଇବା ଉଚିତ। ଆମେ ଯେତେ ମଜଭୁତ ହେବା ଏହି ସ୍ୱର ସେତେ ଶକ୍ତିଶାଳୀ ହେବ। ବିଜେପି, ଆର୍ଏସ୍ଏସ୍ ପାଇଁ ଏହି ସ୍ୱରକୁ ଦବାଇବା ମୁସ୍କିଲ୍ ହୋଇପଡ଼ିବ। ଏହି ପ୍ରସଙ୍ଗକୁ ଢାଲ କରି ସଂସଦ ଯାଏଁ ସାଇକେଲ ମାର୍ଚ୍ଚ କରିବାକୁ ବି ସେ କହିଥିଲେ।
ଦିଲ୍ଲୀର କମ୍ୟୁନିଷ୍ଟ କ୍ଲବରେ ରାହୁଲ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିଥିଲେ। କେନ୍ଦ୍ର ବିରୋଧରେ ଲୋକସଭା ଏବଂ ରାଜ୍ୟସଭାର ୧୦୦ରୁ ଅଧିକ ସାଂସଦ ରାହୁଲଙ୍କ ଏହି ବୈଠକରେ ସାମିଲ ହୋଇଥିଲେ।
କଂଗ୍ରେସ, ଏନ୍ସିପି, ଶିବସେନା, ଆର୍ଜେଡି, ଏସପି, ସିପିଆଇଏମ୍, ସିପିଆଇ, ଆଇୟୁଏମ୍ଏଲ୍, ରିଭୋଲ୍ୟୁସନରୀ ସୋଶାଲିଷ୍ଟ ପାର୍ଟି, କେରଳ କଂଗ୍ରେସ, ଝଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାଶନାଲ କନ୍ଫ୍ରେନ୍ସ, ଟିଏମ୍ସି ଏବଂ ଲୋକତନ୍ତ୍ରିକ ଜନତା ଦଳ ଭଳି ଦଳରୁ ୧୫୦ ନେତା ରାହଲୁଙ୍କ ବ୍ରେକଫାଷ୍ଟ ପଲିଟିକ୍ସରେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।
ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପେଗାସସ୍ ଦୁର୍ନୀତି ମାମଲା କଥା ଉଠାଇଥିଲେ। ସେ କହିଥିଲେ, ‘ସରକାର ଆମ କଥା ଶୁଣିନି। ଆମକୁ ସଡ଼କ ଠାରୁ ଆରମ୍ଭ କରି ସଂସଦ ଯାଏଁ ଲେଢ଼ଇ ଲଢ଼ିବାକୁ ହେବ। ଯେପରି କରୋନାକୁ ନେଇ ଚର୍ଚ୍ଚା ହୋଇଛି ସେହିପରି ପେଗାସସ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚା ହେବା ଉଚିତ।’
ସୂଚନା ମୁତାବକ, ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ। କୃଷି ଆଇନ୍, ପେଗାସସ୍, କୋଭିଡ-୧୯ ଏବଂ ଦରଦାମ ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରୁଛି। ଏପରିକି ଶାସକ ଏବଂ ବିରୋଧୀ ଦଳ ନେତା ପେଗାସସ ମାମଲାକୁ ନେଇ ଗତ କିଛି ଦିନ ହେବ ମୁହାଁମୁହିଁ ହୋଇଛନ୍ତି। ଆଉ ଏହାକୁ ନେଇ ସଂସଦ ଚାଲି ପାରୁନାହିଁ।
Delhi: Congress leader Rahul Gandhi arrives at Constitution Club for a meeting with Opposition party floor leaders from Lok Sabha & Rajya Sabha. pic.twitter.com/SG6BpSr2ez
— ANI (@ANI) August 3, 2021
The post ରାହୁଲଙ୍କ ‘ବ୍ରେକଫାଷ୍ଟ ପଲିଟିକ୍ସ’ appeared first on Odisha Reporter.
from Odisha Reporter https://ift.tt/2WK1YLX
No comments:
Post a Comment