ମୁମ୍ବାଇ: ସତରେ କ’ଣ ଏନଗେଜ ହୋଇଗଲେ ଚିକନି ଚମେଲି କ୍ୟାଟ୍ରିନା କେଫ୍। ଦିନେ ବଲିଉଡର ଦବଙ୍ଗ ଖାନ୍ଙ୍କ ପ୍ରଥମ ପସନ୍ଦ ପାଲଟିଥିବା କ୍ୟାଟ୍ରିନା ସତରେ କ’ଣ ମିସେସ କୌଶଲ ହେବେ। ଭିକି କୌଶଲ ଓ କ୍ୟାଟ୍ରିନା କେଫଙ୍କ ଏକ ଫଟୋ ଭାଇରାଲ ହେବା ପରେ ସେମାନେ ଗୁପଚୁପ୍ ରୋକା ସେରିମନି କରି ଦେଇଥିବା ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ନେଇ ଉଭୟଙ୍କ ଫ୍ୟାନ୍ ଖୁବ୍ ଖୁସି ଦେବା ବେଳେ ଏବେ କ୍ୟାଟ୍ରିନାଙ୍କ ପ୍ରବକ୍ତା ଜାରି କରିଥିବା ଅଫିସିଆଲ ବୟାନ ଏହି ଖୁସିରେ ପାଣି ପକାଇ ଦେଇଛି।
ରୋକା ସେରିମନିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା କ୍ୟାଟ୍ରିନାଙ୍କ ପ୍ରବକ୍ତା କହିଛନ୍ତି ଖୁବ୍ ଶୀଘ୍ର ‘ଟାଇଗର-3’ ର ସୁଟିଂ ପାଇଁ ସଲମାନଙ୍କ ସହ ଋଷ ଯିବେ କ୍ୟାଟ୍ରିନା।
କ୍ୟାଟ୍ରିନା ଓ ଭିକିଙ୍କ ରିଲେସନକୁ ନେଇ ବି-ଟାଉନ୍ରେ ସବୁବେଳେ ଗସିପ୍ ଲାଗି ରହୁଥିବା ବେଳେ ଏହାକୁ କିନ୍ତୁ ଉଭୟ ଏଯାଏ ସ୍ୱିକାର କରି ନାହାନ୍ତି। କିନ୍ତୁ କିଛି ଦିନ ପୂର୍ବେ ହର୍ଷବର୍ଦ୍ଧନ କପୁର ଦେଇଥିବା ଏକ ଇଣ୍ଟରଭ୍ୟୁରେ ଭିକି କୌଶଲ ଓ କ୍ୟାଟ୍ରିନାଙ୍କ ସମ୍ପର୍କରେ ମୋହର ଲଗାଇଥିବା ବେଳେ ଏହା ସତ ବୋଲି କହିଥିଲେ। ଏହାପରେ ଉଭୟଙ୍କୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା ।
୨୦୧୯ ମସିହାରେ ଉଭୟ ଭିକି ଓ କ୍ୟାଟ୍ରିନା ଏକ ଡିନର ଡେଟ୍ରେ ଯାଇଥିବା ବେଳେ ସ୍ପଟ ହୋଇଥିଲେ। ଏହାପରେ ଉଭୟଙ୍କ ରିଲେସନ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ଦିନ ପୂର୍ବେ ଫିଲ୍ମ ‘ଶେରଶାହ’ର ସ୍କ୍ରିନିଂକୁ ଉଭୟ ସାଥି ହୋଇ ଯାଇଥିଲେ।
The post ସତରେ କ’ଣ କ୍ୟାଟ୍ରିନା ହେବେ ମିସେସ୍ କୌଶଲ? appeared first on Odisha Reporter.
from Odisha Reporter https://ift.tt/3z64oCO
No comments:
Post a Comment