ଫାର୍ମହାଉସ୍ ପୋଖରୀରୁ ମିଳିଲା ପ୍ରଫେସରଙ୍କ ଝିଅର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

ଫାର୍ମହାଉସ୍ ପୋଖରୀରୁ ମିଳିଲା ପ୍ରଫେସରଙ୍କ ଝିଅର ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ତାଙ୍କ ଘର ନୟାଗଡ଼ରେ। ତାଙ୍କ ବାପା ଜଣେ ପ୍ରଫେସର।

ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମହାଉସ ଭିତରେ ପଶିଛି। ତେବେଏତେ ଅନ୍ଧାର ରାତିରେ ଉଚ୍ଚ ପାଚେରି ଡେଇଁ ସେ କେମିତି ଭିତରେ ପଶିଲା? ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି। କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରେ। ସେ ଆତ୍ମହତ୍ୟା କରିଥିବ ବୋଲି ମୁଁ ଭାବି ପାରୁ ନାହିଁ।

ସେ ଆହୁରି କହିଛନ୍ତି, ଜେଇଇ ପରୀକ୍ଷାରେ ତା’ର ଟିକେ ଖରାପ ହୋଇଥିଲା। ସେ ବହୁତ ମେଧାବୀ ଥିଲା। ଭଲ ଆର୍ଟ କରୁଥିଲା। ପାଠପଢ଼ା ନେଇ ଘର ତରଫରୁ ତା’ ଉପରେ ପ୍ରେସର ନଥିଲା।

ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ଗତକାଲି ଘରୁ ପଳାଇ ଆସିଥିଲେ। ସେ ଜେଇଇ ପରୀକ୍ଷାରେ ଭଲ କରି ନଥିବାରୁ ଘରୁ ପଳାଇ ଆସିଥିଲେ ବୋଲି କୁହାଯାଉଛି।

The post ଫାର୍ମହାଉସ୍ ପୋଖରୀରୁ ମିଳିଲା ପ୍ରଫେସରଙ୍କ ଝିଅର ମୃତଦେହ appeared first on Odisha Reporter.



from Odisha Reporter https://ift.tt/3D4YlkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages