ମୁମ୍ବାଇ: ଭାଇଜାନ ସଲମାନଙ୍କୁ ଟକ୍କର ଦେବେ ବଲିଉଡର କିସିଂ ଷ୍ଟାର ଇମ୍ରାନ ହାସମି। ବଡ ପରଦାରେ କରିବେ ଜୋରଦାର ଫାଇଟ୍। ଏଥିପାଇଁ ଲାଗିପଡିଛନ୍ତି ଇମ୍ରାନ୍। ଜିମ୍ରେ କରୁଛନ୍ତି କସରତ, ବୁହାଉଛନ୍ତି ଝାଳ।
ସଲମାନ ଖାନ୍ଙ୍କ ଅପକମିଂ ଫିଲ୍ମ ‘ଟାଇଗର-୩’ରେ ଏଥର ଇମ୍ରାନ୍ଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ପ୍ରଥମ କରି ସଲମାନଙ୍କ ସହ ନଜର ଆସିବେ ଇମ୍ରାନ। ଏଥିରେ ତାଙ୍କୁ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିବ। ତେବେ ଏହି ଖଳନାୟକ ଚରିତ୍ର ପାଇଁ ଇମ୍ରାନ୍ ଜୋରସୋରେ ଲାଗିପଡିଛନ୍ତି।
ସଲମାନଙ୍କ ବଡିକୁ ଟକ୍କର ଦେବା ପାଇଁ ଇମ୍ରାନ ମଧ୍ୟ ଲାଗିପଡିଛନ୍ତି ସିକ୍ସ ପ୍ୟାକ୍ସ ଆବ୍ସ କରିବାରେ। କେବଳ ସେତିକି ନୁହେଁ ସେ ନିଜ ବାଇସେପ୍ର ସାଇଜ୍ ମଧ୍ୟ ବଢ଼ାଇ ଦେଇଛନ୍ତି। ନିକଟରେ ଇନ୍ଷ୍ଟାଗ୍ରାମରେ ଇମ୍ରାନ୍ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କର ପୂରା ଟ୍ରାନ୍ସଫର୍ମେସନ୍ ଦେଖିବାକୁ ମିଳିଛି।
ଏହି ଫଟୋରେ ଇମ୍ରାନ୍ ନିଜ ବାଇସେପ୍ ସାଙ୍ଗକୁ ସିକ୍ସ ପ୍ୟାକ୍ ଆବ୍ସ ଦେଖାଇଛନ୍ତି। ଏଥିସହ ସେ ନିଜ ମୁହଁକୁ ମାସ୍କରେ କଭର କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି ଇମ୍ରାନ୍ କ୍ୟାପସନରେ ଲେଖିଛନ୍ତି- ‘ଏହା କେବଳ ଆଉ ଏକ ଆର୍ମ ଡେ’!!’ ସେହିପରି ନିଜ ସିକ୍ସ ପ୍ୟାକ୍ ଆବ୍ସ ଫଟୋରେ ସେ କ୍ୟାପସନ ଦେଇଥିଲେ-‘ଏହା କେବଳ ଆରମ୍ଭ ମାତ୍ର।’
ସୂଚନା ମୁତାବକ ଟାଇଗର-୩’ର ସୁଟିଂ ଆରମ୍ଭ ହୋଇସାରିଲାଣି। ଏଥିରେ ଲିଡ୍ ରୋଲରେ ସଲମାନଖାନ୍ ଥିବା ବେଳେ ତାଙ୍କ ଅପୋଜିଟ୍ରେ କ୍ୟାଟ୍ରିନା କୈଫ୍ ନଜର ଆସିବେ।
View this post on Instagram
View this post on Instagram
The post ସଲମାନଙ୍କୁ ଟକ୍କର ଦେବେ ଇମ୍ରାନ appeared first on Odisha Reporter.
from Odisha Reporter https://ift.tt/3rN9ukI
No comments:
Post a Comment