୨ ମାସ ତଳେ ଡମ୍ଫର ଲୁଟିଥିଲେ, ଶେଷରେ ୫ ଜଣ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

୨ ମାସ ତଳେ ଡମ୍ଫର ଲୁଟିଥିଲେ, ଶେଷରେ ୫ ଜଣ ବନ୍ଧା ହେଲେ

ବୀରମିତ୍ରପୁର(ରାକେଶ ସାହୁ):  ଏକ ଛିନତାଇ ଘଟଣାର ଖିଅ ଖୋଜୁଖୋଜୁ ପୁଲିସ୍‌ ୫ ଲୁଟେରାଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ୩ ଜଣ ଆନ୍ତଃରାଜ୍ୟ ଲୁଟେରା ବୋଲି ଜଣାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ପୁଲିସ୍‌ ମାରଣାସ୍ତ୍ର ଜବତ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ  ମେ’ ୨୪ ତାରିଖ  ରାତିରେ  ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଦେଇ ଯାଇଥିବା ହାତୀବାରୀ କାଲୋସେରିଆ ରାସ୍ତା ନିକଟରେ ହୋଇଥିବା ଏକ ଛିନତାଇ ଘଟଣାର ଆରମ୍ଭ କରି ପୁଲିସ୍‌ ଜଣେ ନାବାଳକ ସମେତ ୫  ଡକାୟତକୁ ଗିରଫ କରିଥିଲା। ଏହି ଘଟଣାରେ ୬ ଜଣ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଜଣଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ପୁଲିସ୍‌।

ଜାତୀୟ ରାଜପଥରେ କାର୍ଯ୍ୟ କରୁଥିବା ଏକ ଘରୋଇ କମ୍ପାନୀର  ଡ଼ମ୍ଫର ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି  ନିକଟସ୍ଥ କାଲୋସେରିଆ ଅଞ୍ଚଳରେ ଏକ କଲଭର୍ଟ ତଳେ ପକାଇ ଦୁର୍ବୃତ୍ତମାନେ ଫେରାର  ହୋଇ ଯାଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଚାଳକକୁ ଚିକିତ୍ସା ପାଇଁ ରାଉରକେଲା ଅଞ୍ଚଳର ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l

  ଦୁର୍ବୃତ୍ତମାନେ ଚାଳକଙ୍କ ମୋବାଇଲ ଲୁଟିନେବା ସହ ଡ଼ମ୍ଫରଟିକୁ ନେଇ ପଳାଉଥିଲେ । କିନ୍ତୁ  ଡ଼ମ୍ଫରଟିକୁ ନେଇ ନ ପାରିବାରୁ  ଯମୁନାନାକୀରେ ଛାଡି ପଡାଇଥିଲେ l ଡମ୍ଫରଟିକୁ ଜବତ କରି ପୁଲିସ ଘଟଣାର ତନାଘନା ଆରମ୍ଭ କରିଥିଲା l ତେବେ ସୁନ୍ଦରଗଡ଼ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରାଯାଇଥିଲା l ଉକ୍ତ ଟିମ୍ ଝାଡଖଣ୍ଡ, ଛତ୍ତିଶଗଡ଼, ଓ ଆଖାପାଖ ଅଞ୍ଚଳରେ ଚଢାଉ କରିଥିଲା l

ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଝାଡଖଣ୍ଡର ବିବେକ ଆନ୍ଥୋନୀ ମିଞ୍ଜ ଓ ସୁମିତ୍ ଏକ୍କାଙ୍କୁ  ପୁଲିସ୍‌ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ରାଜଗାଙ୍ଗପୁର ଅଞ୍ଚଳର ଅଙ୍କିତ ବାର୍ଲା, କୁଆଁରମୁଣ୍ଡା ଅଂଚଳର ଶୁଭମ ବେହେରା ଓ ଝାରଖଣ୍ଡ ରାଜ୍ୟ ରାଞ୍ଚି ଅଂଚଳର ଜଣେ ୧୫ ବର୍ଷ ର ନାବାଳକକୁ ମଧ୍ୟ ଗିରଫ କରିଛି।  ସେମାନଙ୍କ ନିକଟରୁ ଲୁଟ ହୋଇଥିବା ଗୋଟିଏ ମୋବାଇଲ, ଓ ଘଟଣା ଦିନ ବ୍ୟବହୃତ ହୋଇଥିବା ଛୁରୀକୁ ପୁଲିସ ଜବତ କରିଛି I ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି ବୀରମିତ୍ରପୁର ପୁଲିସ l  ସେହିପରି ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ତନାଘନା ଚଳାଇଛି ପୁଲିସ୍‌।

ଏନେଇ  ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି,  ଗତ  ମେ’ ୨୪ ତାରିଖ  ରାତିରେ ଏକ ଡମ୍ପର ବେଦବ୍ୟାସ୍‌ ଅଭିମୁଖେ ଯାଉଥିବା ବେଳେ ୬ ଜଣ ରାସ୍ତାକୁ ଆସି  ଗାଡ଼ିକୁ ଅଟକାଇଥିଲେ। ସେମାନେ ଗାଡ଼ିକୁ ନେଇ ଯିବାକୁ ଚେଷ୍ଟା କରିବାରୁ ଡ୍ରାଇଭର ବିରୋଧ କରିଥିଲେ। ଏହାପରେ ଡ୍ରାଇଭରଙ୍କୁ ଆକ୍ରମଣ କରି ଗାଡ଼ି ସହ  ନେଇ  ପଳାଇଥିଲେ। ଏହାପରେ  କାଲୁସରିଆ ଗାଁ ପାଖରେ ଥିବା ଏକ  କଲଭର୍ଟରେ ଡ୍ରାଇଭର ହାତ, ଗୋଡ଼ ବାନ୍ଧି ସେଠାରେ ଫୋପାଡ଼ି ଦେଇ ତା ମୋବାଇଲ ନେଇ ପଳାଇଥିଲେ। ଏହାପରେ କିଛି ବାଟ ଗଲା ପରେ ଗାଡ଼ିକୁ ଛାଡ଼ି ପଳାଇଥଲେ। ।

ଏନେଇ ଅଭିଯୋଗ ହେବା ପରେ ଏକ ଟିମ୍‌ ଗଠନ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ମଧ୍ୟରୁ ୩ ଜଣ ବାହାର ରାଜ୍ୟର ବୋଲି ଜଣାଯାଇଛି।

The post ୨ ମାସ ତଳେ ଡମ୍ଫର ଲୁଟିଥିଲେ, ଶେଷରେ ୫ ଜଣ ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3zUEGBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages