କାବୁଲ: ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଯୁଦ୍ଧ ଲଢ଼ିବା ପରେ ସୋମବାର ଆମେରିକୀୟ ସେନା କାବୁଲ ଏୟାରପୋର୍ଟ ଛାଡ଼ି ସ୍ୱଦେଶ ଫେରିଯାଇଛନ୍ତି। ସୋମବାର ଆମେରିକାର ଶେଷ ଫ୍ଲାଇଟ୍ ଉଡ଼ାଣ ଭରିବା ପରେ ତାଲିବାନ ପ୍ରବଳ ଗୁଳିବର୍ଷା କରି ଏହାର ସେଲିବ୍ରେସନ୍ କରିଛନ୍ତି।
ଆମେରିକୀୟ ସେନା ଯିବା ପରେ ତାଲିବାନ କାବୁଲ ଏୟାରପୋର୍ଟକୁ କବଜା କରି ନେଇଛି। କବଜା କରିବା ପରେ ଆଫଗାନିସ୍ତାନ ରାଜଧାନୀର ଆକାଶରେ ଆତଶବାଜୀ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆମେରିକା ଫ୍ଲାଇଟ୍ କାବୁଲ ଏୟାରପୋର୍ଟ ଛାଡ଼ିବାର ଘଣ୍ଟାଏ ପରେ ତାଲିବାନର ସେଲିବ୍ରେସନ୍ ଆରମ୍ଭ ହୋଇଥିଲା।
ସେଲିବ୍ରେସନରା ତାଲିବାନୀ ଖୋଲା ଆକାଶରେ ଫାଙ୍କା ଗୁଳି ବିନିମୟ ସାଙ୍ଗକୁ ଆତଶବାଜୀ ମଧ୍ୟ କରିଥିଲେ। ଯାହା ପରେ କାବୁଲ ଏୟାରପୋର୍ଟରେ ତାଲିବାନୀ ଧ୍ୱଜା ଉଡ଼ାଇବା ସହ ବିଜୟର ନାରା ଲଗାଯାଇଥିଲା। ତାଲିବାନର ଶୀର୍ଷ ନେତା ଅନସ ହକ୍କାନୀ କହିଛନ୍ତି ଯେ ଆମେରିକା ଆନୁଷ୍ଠାନିକ ଭାବେ ୧୯ ବର୍ଷ ୧୦ ମାସ ପରେ ଆଫଗାନିସ୍ତାନ ଛାଡ଼ି ଦେଇଛନ୍ତି।
ଆମେରିକା ସୈନିକର ପ୍ରତ୍ୟାବର୍ତ୍ତନକୁ ତାଲିବାନ ଐତିହାସିକ ବୋଲି କହିଛି। ଏହା ସହ ଆଫଗାନିସ୍ତାନ ଏବେ ‘ସମ୍ପୂର୍ଣ୍ଣ ସ୍ୱାଧୀନ’ ବୋଲି ତାଲିବାନ କହିଛି। ଅନ୍ୟପକ୍ଷରେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଯେଉଁମାନଙ୍କୁ ଆମେ ବାହାର କରିବାକୁ ଚାହୁଁଥିଲୁ, ସେମାନଙ୍କୁ ଉଦ୍ଧାର କରିପାରିଲୁ ନାହିଁ। ଯଦି ଆମେ ଆଉ ୧୦ ଦିନ ରହିଥାନ୍ତୁ, ତାହେଲେ ସେ ସମସ୍ତଙ୍କୁ ଉଦ୍ଧାର କରିନେଇଥାନ୍ତୁ। ତଥାପି ଲୋକେ ନିରାଶ ହୋଇଥାନ୍ତେ। ଅଧିକାରୀ ଜଣକ କହିଛନ୍ତି ଯେ ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଏକ ‘କଠିନ ସମୟ’।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ବିମାନ ସି-୧୭ ଗ୍ଲୋବାଲ ମାଷ୍ଟର କାବୁଲସ୍ଥିତ ହାମିଦ କରଜାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିଛି। ଏହା ସହ ଆଫଗାନିସ୍ତାନ ମାଟିରେ ଆମେରିକା ପକ୍ଷରୁ ଆତଙ୍କବାଦୀ ସହ ଜାରି ରହିଥିବା ଲଢ଼େଇ ଶେଷ ହୋଇଯାଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆମେରିକା ସେନା ପ୍ରତ୍ୟାହାର ଘୋଷଣା କରିବା ପରେ ୧୮ ଦିନରେ ଆଫଗାନିସ୍ତାନରୁ ୧ ଲକ୍ଷ ୨୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଆମେରିକାର ୬ ହଜାର ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି। କିଛି ଆଫଗାନ ନାଗରିକ ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ିଛନ୍ତି।
The post ଚାଲିଗଲେ ଆମେରିକୀୟ, ରାତିସାରା ଫୁଟିଲା ଗୁଳି appeared first on Odisha Reporter.
from Odisha Reporter https://ift.tt/3sYn7OG
No comments:
Post a Comment