ଅଜଣା ଜ୍ୱର ନେଲାଣି ୩୦ରୁ ଅଧିକ ଶିଶୁଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଅଜଣା ଜ୍ୱର ନେଲାଣି ୩୦ରୁ ଅଧିକ ଶିଶୁଙ୍କ ଜୀବନ

ଲକ୍ଷ୍ନୌ: ଚାରିଆଡେ କାୟା ବିସ୍ତାର କିରିଛି ମହାମାରୀ କରୋନା। କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି। ଏହାରି ଭିତରେ ଏକ ନୂଆ ଅଜଣା ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରେଦଶରେ ଦେଖା ଦେଇଛି ଅଜଣା ଜ୍ୱର ଆତଙ୍କ। ଏହି ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ଉତ୍ତରପ୍ରେଦଶର ଫିରୋଜାବାଦରେ ୩୨ ଶିଶୁଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି।

ରାହସ୍ୟମୟ ଡେଙ୍ଗୁ ଭଳି ଜ୍ୱରରେ ଆକ୍ରାନ୍ତ ହୋଇ ଏଯାଏଁ ୩୨ ଶିଶୁଙ୍କ ସମେତ ୭ ଜଣ ବୟସ୍କ ପ୍ରାଣ ହରାଇ ସାରିଲେଣ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେବା ପରେ ମୃତକଙ୍କ ପରିବାରକୁ ଭେଟିଛନ୍ତି। ସେମାନଙ୍କୁ ସମବେଦନା ଜଣାଇବା ସହ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଫିରୋଜାବାଦ ସ୍ଥିତ ଶହେ ଶଯ୍ୟା ବିଶିଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯାଇ ଯୋଗୀ ଆଦିତ୍ୟନାଥ ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ପଚାରି ବୁଝିଛନ୍ତି। କଥିତ ରୂପେ ଏହି ହସ୍ପିଟାଲରେ ନିକଟରେ ଅଜଣା ଜ୍ୱର ଯୋଗୁଁ ଅତିକମ୍‌ରେ ୩୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମଥୁରା, ଫିରୋଜାବାଦ ଏବଂ ମୈନପୁରୀ ସମେତ ପଶ୍ଚିମ ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏହି ‘ଭାଇରାଲ ଫିଭର’ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସରକାରଙ୍କ ପକ୍ଷରୁ ଏହି ଜ୍ୱରକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି।

ସେପଟେ ଫରୋଜାବାଦର ବିଜେପି ବିଧାୟକ ମନୀଷ ଅସିଜା ଜିଲ୍ଲାରେ ଗତ ସପ୍ତାହ ଭିତରେ ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ୪୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି। ୟୁପି ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କିନ୍ତୁ ବିଧାୟକଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଏଭଳି କୌଣସି ରିପୋର୍ଟ ମିଳିନଥିବା ସେ କହିଛନ୍ତି।

ଅନ୍ୟପଟେ ଫିରୋଜାବାଦ ଜିଲ୍ଲା ଅଧିକାରୀ କହିଛନ୍ତି, ପ୍ରବଳ ବର୍ଷା ଏବଂ ପାଣି ଜମିବା ଯୋଗୁଁ ପିଲାଙ୍କ ଠାରେ ଦେଖାଦେଇଥିବା ଜ୍ୱରର କାରଣ ଡେଙ୍ଗୁ ଓ ମାଲେରିଆ। ସମସ୍ତ ଅସୁସ୍ଥ ପିଲାଙ୍କ କରୋନା ଟେଷ୍ଟ କରାଯାଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ କହିଛନ୍ତି।

The post ଅଜଣା ଜ୍ୱର ନେଲାଣି ୩୦ରୁ ଅଧିକ ଶିଶୁଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3zwKd1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages