ଐତିହାସିକ, ପ୍ରଥମଥର ଏକାଠି ଶପଥ ନେଲେ ୯ ନୂଆ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ଐତିହାସିକ, ପ୍ରଥମଥର ଏକାଠି ଶପଥ ନେଲେ ୯ ନୂଆ ବିଚାରପତି

ନୂଆଦିଲ୍ଲୀ: ଏକା ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି। ତାଙ୍କୁ ସିଜେଇ ଏନ୍‌ଭି ରମନ୍ନା ଶପଥ ପାଠ କରାଇଛନ୍ତି।  କରୋନା ପ୍ରଟୋକଲକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ସଭାଗାରରେ ଇତିସହାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବିଚାରପତିଙ୍କୁ ନେଇ ଶପଥ ସମାରୋହ ଆୟୋଜନ କରାଯାଇଥିଲା। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ଶପଥ ନେଇଛନ୍ତି।

ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ। କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଶପଥଗ୍ରହଣ ସ୍ଥାନକୁ ପରିବର୍ତ୍ତନ କରାଯାଇଛି।

ଶପଥ ନେଇଥିବାର ୯ ବିଚାରପତି ହେଉଛନ୍ତି, ଅଭୟ ଶ୍ରୀନିବାସ ଓକା, ବିକ୍ରମ ନାଥ, ଜିତେନ୍ଦ୍ର କୁମାର ମାହେଶ୍ଵରୀ, ହିମା କୋହଲି, ବିଭି ନାଗରତ୍ନା, ସିଟି ରବିକୁମାର, ଏମଏମ ସୁନ୍ଦରେଶ, ବେଲା ଏମ ତ୍ରିବେଦୀ ଓ ପିଏସ ନରସିମ୍‌ହା।

ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏବେ ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିଛି।

ଗତ ୧୭ ଅଗଷ୍ଟରେ ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ  ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ। ପରେ ୨୬ ଅଗଷ୍ଟରେ ଏହି ୯ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିଲେ।

The post ଐତିହାସିକ, ପ୍ରଥମଥର ଏକାଠି ଶପଥ ନେଲେ ୯ ନୂଆ ବିଚାରପତି appeared first on Odisha Reporter.



from Odisha Reporter https://ift.tt/2WyRmjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages