ଚିନ୍ତା ବଢ଼ିଲା, ୨ ମାସ ଭିତରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

ଚିନ୍ତା ବଢ଼ିଲା, ୨ ମାସ ଭିତରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଧୀରେଧୀରେ ସତ ହେବାକୁ ବସିଲାଣି। କେରଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଗତ ୨୪ ଘଣ୍ଟାରେ ୪୬,୭୫୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଜୁଲାଇ ୧ ପରେ ସର୍ବାଧିକ ଦୈନିକ ସଂକ୍ରମଣ। ୨ ମାସ ଭିତରେ ସବୁଠାରୁ ଅଧିକ ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହେବା ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୭୦% ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୨୪ ଘଣ୍ଟାରେ ୫୦୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬,୭୫୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେବଳ କେରଳରେ ଗୋଟିଏ ଦିନରେ ୩୨,୮୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ କେରଳରେ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୨୬,୪୯,୯୪୭ ଓ ମୃତ୍ୟୁସଂଖ୍ୟା ୪,୩୭,୩୭୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩,୫୯,୭୭୫ ରହିଛି। ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୧୪,୮୭୬ ବଢ଼ିଛି।ମୋଟ କେସ୍‌ର ଏହା ହେଉଛି ୧.୧୦%।

ଗୋଟିଏ ଦିନରେ ଆଉ ୩୧,୩୭୪ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୧୮,୫୨,୮୦୨ରେ ପହଞ୍ଚିଛି। ଆରୋଗ୍ୟ ହାର ୯୭.୫୬%। ଏବେ ଦେଶର ସାପ୍ତାହିକ ପଜିଟିଭି ରେଟ ୨.୧୯% ଓ ଦୈନିକ ପଜିଟିଭିଟି ରେଟ୍ ୨.୬୬% ରହିଛି। କ୍ରମାଗତ ୩୩ ଦିନ ହେଲାଣି ଦେଶର ଦୈନିକ ପିଜିଟିଭିଟି ରେଟ୍‌ ୩% ତଳେ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ୧୭,୬୧,୧୧୦ଟି ନମୁନା ପରୀକ୍ଷା କରାଯାଇଥିଲା।

The post ଚିନ୍ତା ବଢ଼ିଲା, ୨ ମାସ ଭିତରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3sVcZpZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages