ଗୀତ ଶୁଣୁଥିବା ବେଳେ କାନରେ ଫାଟିଗଲା ଇଅରଫୋନ୍, ଯୁବକଙ୍କ ମୃତ୍ୟୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ଗୀତ ଶୁଣୁଥିବା ବେଳେ କାନରେ ଫାଟିଗଲା ଇଅରଫୋନ୍, ଯୁବକଙ୍କ ମୃତ୍ୟୁ !

ଜୟପୁର: ଜଣେ ଯୁବକ କାନରେ ବ୍ଲୁଟୁଥ ଇଅରଫୋନ ଲଗାଇ ଗୀତ ଶୁଣୁଥିଲେ। ହେଲେ ହଠାତ୍ ଏହି ଇଅରଫୋନଟି ଫାଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଜୟପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତର କହିଛନ୍ତି କାନରେ ବ୍ଲୁଟୁଥ ଇଅରଫୋନ୍ ଥିବା ବେଳେ ହଠାତ୍ ବିସ୍ଫୋରଣ କରିଥିଲା। ଏହାଦ୍ୱାରା ଯୁବକ ଜଣଙ୍କ ହୃଦଘାତର ଶିକାର ହୋଇଥିଲେ… ତେଣୁ ତାଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣଙ୍କ ରାକେଶ ନଗର ବୋଲି ଜଣାପଡ଼ିଛି। ସେ ଜୟପୁର ଚଉମୁ ଅଞ୍ଚଳର ଉଦଇପୁରିଆ ଗାଁର ବାସିନ୍ଦା। କାନରେ ବ୍ଲୁଟୁଥ ଇଅରଫୋନ୍ ଲଗାଇ ସେ ଗୀତ ଶୁଣୁଥିଲେ। ଏହି ସମୟରେ ବ୍ଲୁଟୁଥ ଇଅରଫୋନଟି ବିସ୍ଫୋରଣ କରିଥିଲା। ପରେ ରାକେଶ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପାଖରେ ଥିବା ସିଦ୍ଧିବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି।

ହସ୍ପିଟାଲର ଡାକ୍ତର ଏଲଏନ ରୁନ୍ଦଲା କହିଛନ୍ତି, ଯୁବକ ଜଣଙ୍କ ବ୍ଲୁଟୁଥ ଇଅରଫୋନରେ ଗୀତ  ଶୁଣୁଥିଲେ। ଏହି ସମୟରେ ଇଅରଫୋନଟି ବିସ୍ଫୋରଣ କରିଥିଲା। ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏଭଳି ହେବାର କାରଣ ସମ୍ଭବତଃ ହୃଦ ଘାତ ହୋଇପାରେ। ବୋଧହୁଏ ଦେଶର ଏହା ପ୍ରଥମ ଘଟଣା ଯେଉଁଠି ଇଅରଫୋନ ବିସ୍ଫୋରଣ କରିବାରୁ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ଯୁବକ ଜଣକ ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ। ସେ ପ୍ରାୟତଃ କମ୍ପ୍ୟୁଟରରେ ନିଜର କାମ କରନ୍ତି। ଶୁକ୍ରବାର ଅପରାହ୍ନରେ ମଧ୍ୟ ସେ ତାଙ୍କ ଘରେ ଗୀତ ଶୁଣୁଥିଲେ। ଏହି ସମୟରେ ଇୟରଫୋନଟି କମ୍ପ୍ୟୁଟର ସହିତ ସଂଯୋଗ ହୋଇଥିଲା।

ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଇଅରଫୋନ୍ ବିସ୍ଫୋରଣ କରିବା ବେଳେ ସେ ରୁମରେ ଏକୁଟିଆ ଥିଲେ। ତାଙ୍କ ମା, ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପାଖରେ ଥିବା ଏକ କ୍ଷେତରେ କାମ କରୁଥିଲେ। ଇୟରଫୋନ୍ ବିସ୍ଫୋରଣ ପରେ ଯୁବକ ଜଣଙ୍କ ଚିତ୍କାର କରିଥିଲେ। ଏହାକୁ ଶୁଣି ପରିବାର ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଯୁବକଙ୍କ ଶରୀରର ପୋଷ୍ଟମର୍ଟମ କରାଯାଇନି କି ପୁଲିସ ମଧ୍ୟ ମାମଲା ରୁଜୁ କରିନାହିଁ। କୁହାଯାଉଛି ଯେ ଯୁବକ ଜଣଙ୍କ ଯେଉଁ ଇୟରଫୋନ୍ ଏବଂ କମ୍ପ୍ୟୁଟର ବ୍ୟବହାର କରୁଥିଲେ ତାହା ବହୁ ପୁରୁଣା।

The post ଗୀତ ଶୁଣୁଥିବା ବେଳେ କାନରେ ଫାଟିଗଲା ଇଅରଫୋନ୍, ଯୁବକଙ୍କ ମୃତ୍ୟୁ ! appeared first on Odisha Reporter.



from Odisha Reporter https://ift.tt/3fFoagN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages