‘ଶିଳ୍ପା ମୋ’ ଭିଡିଓକୁ ପସନ୍ଦ କରୁଥିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

‘ଶିଳ୍ପା ମୋ’ ଭିଡିଓକୁ ପସନ୍ଦ କରୁଥିଲେ’

ମୁମ୍ବାଇ: “ବନ୍ଧୁକ ଦେଖାଇ ଭୟଭୀତ କରି ମୋ’ଠୁ କେହି କାମ ଆଦାୟ କରି ନାହାନ୍ତି ସତ କିନ୍ତୁ ମୋତେ ଭ୍ରମିତ କରି, ମିଥ୍ୟା କଥା କହି ନ୍ୟୁଡ ଭିଡିଓ ଶୁଟ୍‌ କରାଇଛନ୍ତି। ଏପରିକି ଶିଳ୍ପା ସେଟ୍ଟି ମୋ ଫଟୋ, ଭିଡିଓ ଦେଖି ପ୍ରଶଂସା କରୁଥିବା ମଧ୍ୟ କୁହାଯାଇଥିଲା। ନ୍ୟୁଡ୍‌ ଓ ସେମି ନ୍ୟୁଡ୍‌ ହେବା ଅପରାଧ ନୁହେଁ ବୋଲି  ସବୁଦିନ ଆପଣଙ୍କ କାନ ପାଖରେ କୁହାଗଲେ ତାହା ଆପଣଙ୍କ ମନରେ ବସା ବାନ୍ଧିଦେବା ସ୍ୱାଭାବିକ ।  ମୋ ମେଣ୍ଟର ରାଜ କୁନ୍ଦ୍ର ମୋ’ ସହ ଏପରି ବିଶ୍ୱାସଘାତକତା କରି ମୋତେ  ପର୍ଣ୍ଣ ସ୍କାଣ୍ଡାଲରେ  ଫସାଇବେ ବୋଲି କେବେ ଭାବି ବି ନ ଥିଲି।”

ପନୋଗ୍ରାଫିକ୍‌ କେସ୍‌ରେ ଫସି ଜେଲ୍‌ରେ ଥିବା ରାଜ କୁନ୍ଦ୍ରାଙ୍କ ସହ କନେକସନ୍‌ ଥିବା ଅଭିଯୋଗରେ ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହୋଇଥିଲେ ଅଭିନେତ୍ରୀ ଶର୍ଲିନ ଚୋପ୍ରା। କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରିଥିବା  ବେଳେ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶର୍ଲିନ ଚୋପ୍ରା।

ଅଭିନେତ୍ରୀ ଶର୍ଲିନ ଚୋପ୍ରା। ରାଜ୍‌ଙ୍କ ସହ ଶିଳ୍ପା।

ଏହାପରେ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି,  ରାଜ କୁନ୍ଦ୍ରାଙ୍କ ସହ ସାକ୍ଷାତ ହେବା ପରଠୁ ମୋ ଜୀବନ ପୂରା ବଦଳି ଯାଇଛି। ରାଜଙ୍କ ସହ ଦେଖା ହେବା ପରେ ଏକ ବିଗ୍‌ ବ୍ରେକ୍‌ ପାଇଲି ଭାବି ବହୁତ ଖୁସି  ହୋଇଥିଲି, କିନ୍ତୁ ଏପରି ଫସିବି ବୋଲି ଭାବି ନ ଥିଲି।

ନିଜର ନ୍ୟୁଡ୍‌ ଓ ସେମି ନ୍ୟୁଡ ଫଟୋଶୁଟ୍‌ କରାଉଥିବା ଅଭିଯୋଗ  ଉପରେ ଶର୍ଲିନ କହିଛନ୍ତି, “ ଏହା ଅତି ସାଧାରଣ କଥା ଓ ପ୍ରାୟତଃ ସବୁ ଅଭିନେତ୍ରୀ ଏପରି ଶୁଟ୍‌ କରାଉଥିବା ନେଇ  ରାଜ କୁନ୍ଦ୍ରା ସବୁବେଳେ କହୁଥିଲେ ।  ଏହାକୁ ପର୍ନ ଭିଡିଓ ପାଇଁ ବ୍ୟବହାର କରାଯାଉଥିବା ବେଳେ ମୋତେ କେବଳ ଗ୍ଲାମର ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଉଥିଲା।  ”

ଏପରିକି ମୋ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ମୋ’ ଫଟୋ, ଭିଡିଓ ଶିଳ୍ପା ସେଟ୍ଟି  ପସନ୍ଦ କରୁଥିବା ମଧ୍ୟ ତାଙ୍କୁ କୁହାଯାଉଥିଲା। ଫଳରେ ମୁଁ ଏପରି କାମ କରିବାକୁ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲି। ଶିଳ୍ପାଙ୍କ ପରି ଅଭିନେତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ପରେ ଠିକ୍, ଭୁଲ୍‌ ଭାବିବା ଭୁଲି ଯାଇଥିଲି ଓ ଏପରି ଭିଡିଓରେ ନିଜ ରୋଲ୍‌କୁ ନେଇ ଖୁସି ରହୁଥିଲି ବୋଲି କହିଛନ୍ତି ଶର୍ଲିନ।  ହେଲେ ଶିଳ୍ପା ଏପରି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସାରିଛନ୍ତି।   ସେ ବହୁତ୍ ବ୍ୟସ୍ତ ରହୁଥିବାରୁ ଏହାକୁ ଭୁଲି ଯାଇଥାଇ ପାରନ୍ତି ବୋଲି କହିଛନ୍ତି ଶର୍ଲିନ।

ଅଭିନେତ୍ରୀ ଶର୍ଲିନ ଚୋପ୍ରା।

ପର୍ଣ୍ଣ ଦୁନିଆକୁ କିପରି ଠେଲି ହୋଇ ଆସିଲେ ପ୍ରଶ୍ନର ଉତ୍ତରରେ  ପ୍ରଥମେ ଆର୍ମ୍ସପ୍ରାଇମ୍‌ ସହ ଏଗ୍ରିମେଣ୍ଟ ହେବା ପରେ ଗ୍ଲାମର  ଭିଡିଓ ଶୁଟ୍‌ କରାଯାଇଥିଲା। ଏହା ଧିରେ ଧିରେ ବୋଲ୍ଡ ଆଡ଼ୁକ ମୁହାଁଇଲା। ଏହାପରେ ସେମି-ନ୍ୟୁଡ୍‌ ଓ ନ୍ୟୁଡ୍‌ ଭିଡିଓ କରିବା ଆରମ୍ଭ ହୋଇଗଲା। ମୋ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏହା କିଛି ଭୁଲ୍‌ ନୁହେଁ ବୋଲି ମଧ୍ୟ କୁହାଯାଉଥିଲା ବୋଲି କହିଛନ୍ତି ଶର୍ଲିନ।

ମୁଁ ରାଜ, ଶିଳ୍ପାଙ୍କୁ ବିରୋଧ କରୁ ନ ଥିବା ବେଳେ ପନୋଗ୍ରାଫି ରାକେଟକୁ ବିରୋଧ କରୁଥିବା କହିଛନ୍ତି ଶର୍ଲିନ ଚୋପ୍ରା। ଯଦି କୌଣସି ଅଭିନେତ୍ରୀଙ୍କ ସହ ଏଥିପାଇଁ ଏଗ୍ରିମେଣ୍ଟ କରାଯାଉଛି, ତା ହେଲେ ଏ ସମ୍ପର୍କରେ ତାଙ୍କୁ ଅନ୍ଧାରରେ ରଖାଯିବା ଉଚିତ ନୁହେଁ।

ନିଜ ପତିଙ୍କ ସହ ଶିଳ୍ପା।

ରାଜଙ୍କ ବିରୋଧରେ ଜୁହୁ ପୁଲିସ୍‌ ଷ୍ଟେଶନରେ କେସ୍‌ ଦେଇଥିଲେ ମଧ୍ୟ ଏହାକୁ ଉଠାଇ ନେବାକୁ ତାଙ୍କ ଉପରେ ଚାପ ପଡ଼ୁଥିବା କହିଛନ୍ତି ଶର୍ଲିନ। ଏପରିକି ତାଙ୍କୁ ବାରମ୍ବାର ଧମକ ମିଳୁଥିବା ବେଳେ ଏକ ହସଖୁସିର ସଂସାର କାହିଁକି ଭାଙ୍ଗୁଛ ବୋଲି ପଚରାଯାଉଛି। ଏପରିକି ମୁଁ କେସ୍‌ ପ୍ରତ୍ୟାହାର ନ କଲେ ମୋ କ୍ୟାରିଅର ବର୍ବାଦ କରିଦେବେ ବୋଲି ମଧ୍ୟ ଧମକ ଦିଆଯାଇଛି।  ମୁଁ ମୁମ୍ବାଇରେ ଏକୁଟିଆ ରହୁଥିବାରୁ ଖୁବ୍‌ ଭୟଭୀତ ହୋଇପଡ଼ିଛି ବୋଲି କହିଛନ୍ତି ଅଭିନେତ୍ରୀଜଣକ।

ଏବେ ରାଜ ଓ ଅନ୍ୟ ଅଭିଯୁକ୍ତ ଏପରି ଭିଡିଓ ଏରୋଟିକ, ପର୍ଣ୍ଣ ନୁହେଁ ବୋଲି ଯୁକ୍ତି ବାଢ଼ୁଥିବା ବେଳେ ପ୍ରଥମେ ଭିଡିଓ ଦେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଛନ୍ତି ଶର୍ଲିନ। ଏଥିସହ ଏପରି ସ୍କାଣ୍ଡାଲରେ ଫସି ପ୍ରତାରିତ ହୋଇଥିବା ଯୁବତୀ ଓ ମହିଳା ଆଗକୁ ଆସି ପୁଲିସ୍‌ ନିକଟରେ ଅଭିଯୋଗ କରିବାକୁ କହିଛନ୍ତି ଶର୍ଲିନ।

The post ‘ଶିଳ୍ପା ମୋ’ ଭିଡିଓକୁ ପସନ୍ଦ କରୁଥିଲେ’ appeared first on Odisha Reporter.



from Odisha Reporter https://ift.tt/3itBYNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages