ରାଜ୍ୟରେ ୧୦୯୬ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ରାଜ୍ୟରେ ୧୦୯୬ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୫୯ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୯ ଜଣ ଥିବା ବେଳେ ଅନୁଗୋଳରୁ ୪୦, ବାଲେଶ୍ୱରରୁ ୭୭, ବରଗଡ଼ରୁ ୧୧, ଭଦ୍ରକରୁ ୨୧, ବଲାଙ୍ଗିରରୁ ୭, କଟକରୁ ୯୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୯, ଗଜପତିରୁ ୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫୮, ଯାଜପୁରରୁ ୬୮, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୧୩, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୩୨, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୨, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୮, ସୋନପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି।

୧୦୯୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୮୨୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୬ ହଜାର ୯୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨ ହଜାର ୪୮୦ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୪ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ୨୭ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଥିବା ବେଳେ କଟକରୁ ୧୭, ବାଲେଶ୍ୱର ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୩ ଏବଂ ଅନୁଗୋଳ,ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୬୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୭୨, ବାଲେଶ୍ୱରରେ ୨୦୭, ଭଦ୍ରକରେ ୯୪, ବୌଦ୍ଧରେ ୧୦୬, କଟକରେ ୪୧୫, ଦେବଗଡ଼ରେ ୩୯, ଢେଙ୍କାନାଳରେ ୧୩୧, ଗଞ୍ଜାମରେ ୪୬୧, କେନ୍ଦ୍ରାପଡ଼ାରେ ୧୫୧, କେନ୍ଦୁଝରରେ ୧୩୮, ମୟୂରଭଞ୍ଜରେ ୨୨୬, ନୟାଗଡ଼ରେ ୧୫୫ ଓ ପୁରୀରେ ୩୯୯କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୧୦୯୬ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3s3ArRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages