ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଦୈନିକ ଆକ୍ରାନ୍ତ ସଂଖ୍ୟା ୫୦ ହଜାର ତଳକୁ ଥିଲେ ସୁଦ୍ଧା ୪୦ କିମ୍ବା ୩୦ ହଜାର ତଳକୁ ଖସୁନି। ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୦ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୪୯୧ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ଅଗଷ୍ଟ ମାସରେ ପଞ୍ଚମ ଥର ପାଇଁ କରୋନା ମାମଲା ୪୦ ହଜାର ପାଖାପାଖି ପହଞ୍ଚିଛି। ଏହାପୂର୍ବରୁ ଅଗଷ୍ଟ୨ ଏବଂ ୬ ତାରିଖରେ ୪୦ ହଜାରରୁ କମ୍ କେସ୍ ସାମ୍ନାକୁ ଆସିଥିଲା। ଅଗଷ୍ଟ ୧ ତାରିଖରେ ୪୦,୧୩୪, ଅଗଷ୍ଟ ୨ ତାରିଖରେ ୩୦,୫୪୯, ଅଗଷ୍ଟ ୩ ତାରିଖରେ ୪୨,୬୨୫, ଅଗଷ୍ଟ ୪ରେ ୪୨,୬୮୨, ଅଗଷ୍ଟ ୫ରେ ୪୪,୬୪୩, ଏବଂ ଅଗଷ୍ଟ ୬ ତାରିଖରେ ୩୮,୬୨୮ଟି କରୋନା ମାମଲା ଚିହ୍ନଟ ହୋଇଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୩୪ହଜାର ୪୫୫ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୭ ହଜାର ୮୬୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୦ ଲକ୍ଷ ୯୯ ହଜାର ୭୭୧ରେ ପହଁଚିଛି। ଏବେ ଦେଶରେ ୪୨୭୮୬୨ଟି ସକ୍ରିୟ ମାମଲା ରହିଛି ।
ସେହିପରି କରୋନାକୁ ମାତ୍ ଦେବା ପାଇଁ ଦେଶରେ ଦ୍ରୁତିଗତିରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ ୫୦ କୋଟି ୬୮ ଲକ୍ଷ ୧୦ହଜାର ୪୯୨ ଜଣଙ୍କୁ ଟିକା ଦିଆଯାଇଛି।
India reports 39,070 new #COVID19 cases, 43,910 recoveries & 491 deaths in the last 24 hours, as per Health Ministry
Total cases: 3,19,34,455
Active cases: 4,06,822
Total recoveries: 3,10,99,771
Death toll: 4,27,862Total vaccination: 50,68,10,492 (55,91,657 in last 24 hrs) pic.twitter.com/KXEMzbPEdy
— ANI (@ANI) August 8, 2021
The post ପୁଣି ବଢ଼ୁଛି କରୋନା ପାରା appeared first on Odisha Reporter.
from Odisha Reporter https://ift.tt/3iuJpUw
No comments:
Post a Comment