ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ୍ ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ୍ ସିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଲ୍ ହୋଇଛି ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଶଟ୍‌ଡାଉନ୍‌ରେ ମାର୍କେଟ୍ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି।

କଟକଣା କୋହଳ ହୋଇଥିଲେ ବି କରୋନା ସଂକ୍ରମଣ କମି ନଥିବାରୁ ଭୁବନେଶ୍ୱରରେ ଏବେ ବି ସପ୍ତାହାନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ବନ୍ଦ ରହୁଛି ଦୋକାନ ବଜାର। ତେବେ ଏହି କଟକଣାକୁ ଅମାନ୍ୟ କରି ଆଜି ୪ ନମ୍ବର ମାଛ ମାର୍କେଟ୍‌ରେ କିଛି ଦୋକାନ ଖୋଲାଥିବା ନେଇ ବିଏମ୍‌ସି ପାଖରେ ଖବର ପହଞ୍ଚିଥିଲା। ଏହା ପରେ ବିଏମ୍‌ସିର ଏକ ଟିମ୍ ମାର୍କେଟରେ ରେଡ୍ କରିଥିଲେ। ବିଏମ୍‌ସିର ଅତିରିକ୍ତ କମିଶନରଙ୍କ ସହିତ ଜେଡିସି ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଜେଡିସି ଅଂଶୁମାନ ରଥ କହିଛନ୍ତି, ଗତ ସପ୍ତାହରେ ମଧ୍ୟ ଶଟ୍‌ଡାଉନ୍‌ ବେଳେ ଶନିବାର ଓ ରବିବାର ଦିନ ଏଠାରେ କିଛି ଦୋକାନ ଖୋଲା ହୋଇଥିଲା। ସେତେବେଳେ ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ଏବଂ ଏନେଇ ମାର୍କେଟ୍ ଆସୋସିଏସନ୍ ସହିତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଆଉ କେହି ଶଟ୍‌ଡାଉନ୍‌ରେ ଦୋକାନ ଖୋଲିବେ ନାହିଁ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ଆମେ ଖବର ପାଇଲୁ ଯେ ଏଠାରେ ତିନିଟି ଦୋକାନ ଖୋଲିଛି। ତେବେ ଏଠାରେ ପହଞ୍ଚି ଆମେ ଦେଖିଲୁ ଯେ କେବଳ ତିନିଟି ନୁହେଁ ଆହୁରି ଅନେକ ଦୋକାନ ଖୋଲା ରହିଥିଲା ଓ ବ୍ୟବସାୟ ଚାଲିଥିଲା। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାଛ ମାର୍କେଟକୁ ସିଲ୍ କରି ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଆଜି ତିନୋଟି ଗୋଦାମ ଖୋଲା ରହିଥିଲା। ଏହା ନିଶ୍ଚିତ ଭାବେ ଭୁଲ୍ ଥିଲା। ବିଏମ୍‌ସି ମାର୍କେଟ୍ ଖୋଲିବାକୁ ଅନୁମତି ଦେବା ପରେ ଉକ୍ତ ତିନିଟି ଗୋଦାମର ମହାଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ୍ ସିଲ୍‌ appeared first on Odisha Reporter.



from Odisha Reporter https://ift.tt/3AodhrS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages