ଟୋକିଓ: ଭାରତର ଜାଭେଲିନ୍ ଥ୍ରୋୟର୍ ଅନୁ ରାଣୀ ଚଳିତ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ମଙ୍ଗଳବାର ଅନୁ ରାଣୀ ଗ୍ରୁପ୍-ଏ’ର କ୍ୱାଲିଫିକେସନରେ ଖରାପ ପ୍ରଦର୍ଶନ କରି ଫାଇନାଲ୍ ରାଉଣ୍ଡରୁ ବଞ୍ଚିତ ହୋଇଛନ୍ତି। ଜାତୀୟ ରେକର୍ଡ ଧାରୀ ଅନୁ ରାଣୀ ୫୪.୦୪ ମିଟର ଥ୍ରୋ’ ୧୪ଶ ସ୍ଥାନରେ ରହିଥିଲେ।
୧୪ ଖେଳାଳିଙ୍କୁ ନେଇ ଗ୍ରୁପ୍-ଏ’ରେ ଅନୁ ରାଣୀ ୫୦.୩୫ ମିଟର୍ ଥ୍ରୋ’ କରି ଅଭିଯାନ ଆରମ୍ଭ କରିଥିଲେ ଏବଂ ନିଜର ଦ୍ୱିତୀୟ ପ୍ରୟାସରେ ୫୩.୧୯ ମିଟର୍ ଥ୍ରୋ’ କରିଥିଲେ। ୨୯ ବର୍ଷୀୟା ଅନୁଙ୍କୁ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଉନ୍ନତ ପ୍ରଦର୍ଶନ ଆବଶ୍ୟକ ଥିଲା, କିନ୍ତୁ ସେ ୬୩ ମିଟର କ୍ୱାଲିଫିକେସନ୍ ମାର୍କ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ଅନୁଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୩.୨୪ ମିଟର ଥିଲା, କିନ୍ତୁ ଅଲିମ୍ପିକ୍ସରେ ସେ ଏହି ମାର୍କ ମଧ୍ୟ ହାସଲ କରିପାରିନଥିଲେ।
ପୋଲାଣ୍ଡର ମାରିଆ ଆନ୍ଦ୍ରେଜିକ୍ ୬୫.୨୪ ମିଟର୍ ଥ୍ରୋ’ କରି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ସେ ନିଜର ପ୍ରଥମ ପ୍ରୟାସରେ ହଁ ଫାଇନାଲ୍ ଟିକେଟ୍ କାଟିଥିଲେ। କିନ୍ତୁ ତାଙ୍କର ସିଜନ୍ ବେଷ୍ଟ ୭୧.୪୦ ମିଟର୍ ରହିଛି। ନିୟମ ଅନୁସାରେ ୬୩ ମିଟର୍ ଥ୍ରୋ’ କରିଥିବା କିମ୍ବା ଟପ୍-୧୨ ଭିତରେ ରହିଥିବା ଖେଳାଳିଙ୍କୁ ଫାଇନାଲରେ ସ୍ଥାନ ହାସଲ କରିବେ। ଏବେ ଜାଭେଲିନରେ ଭାରତର ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବୁଧବାର ନୀରଜ ଟ୍ରାକକୁ ଓହ୍ଲାଇବେ।
The post ନିରାଶ କଲେ ଅନୁ ରାଣୀ, ଫାଇନାଲରୁ ବଞ୍ଚିତ appeared first on Odisha Reporter.
from Odisha Reporter https://ift.tt/2WQl6bl
No comments:
Post a Comment