ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି । ଗଙ୍ଗନଗର ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ନିଜକୁ ହତ୍ୟା କରିଥିବା କୁହାଯାଉଛି । ସିକ୍ୟୁରିଟି ଗାର୍ଡ ଜଣକ ଏଭଳି କାହିଁକି କଲେ ତାହା ସ୍ପଷ୍ଟ ହୋଇନାହିଁ । ପାରିବାରିକ କଳହରୁ ଜଣେ ସିକ୍ୟୁରିଟି ଗାର୍ଡଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
ଏନେଇ ମୃତ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ କହିଛନ୍ତି, “କିଛି ଲୋକ ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏହି କାରଣରୁ ସେ ନିଜକୁ ନିଜେ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଘର ମଧ୍ୟରେ ପୁଅ, ଝିଅ ଓ ମୁଁ ପ୍ରାୟ ୨ ଘଣ୍ଟା ତାଙ୍କୁ ଏଥିରୁ ଓହରିବାକୁ ବୁଝାଇଥିଲୁ। ପିସିଆର ଭ୍ୟାନ୍କୁ ବି ଖବର ଦେଇଥିଲୁ। ମାତ୍ର ପରେ ସେ ଘର ବାହାରକୁ ଚାଲିଯାଇ ହଠାତ୍ ପିସିଆର ଭ୍ୟାନ୍ ସମ୍ମୁଖରେ ନିଜ ମୁଣ୍ଡକୁ ଗୁଳି କରିଥିଲେ।”
The post ହଠାତ୍ ନିଜକୁ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ appeared first on Odisha Reporter.
from Odisha Reporter https://ift.tt/3Car5b7
No comments:
Post a Comment