ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ବିସ୍ଫୋରଣ ଘଟିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଚାଇନାର ନାଗରିକ ରହିଛନ୍ତି। ଦୁଇ ମାସ ଭିତରେ ପାକିସ୍ତାନରେ ଏହା ଦ୍ୱିତୀୟ ଘଟଣା, ଯେଉଁଠି ବିସ୍ଫୋରଣରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବେଲୁଚିସ୍ତାନର ଗ୍ୱାଦର ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି ବୋଲି ‘ବେଲୁଚିସ୍ତାନ ପୋଷ୍ଟ’ରେ ଖବର ପ୍ରକାଶ ପାଇଛି। ମୃତକ ମାନେ ଚାଇନାର ନାଗିରକ ବୋଲି ଏହି ମିଡିଆ ଦାବି କରିଛି।
ଏହି ବିସ୍ଫୋରଣ ଘଟଣା ପରେ ଚାଇନା ତଦନ୍ତ କରିବ ବୋଲି କହିଛି। ଏଥିସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତି ଯେମିତି ନହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଚାଇନା ପାକିସ୍ତାନକୁ ଚେତାବନୀ ଦେଇଛି।
ସ୍ଥାନୀୟ ପୁଲିସ କହିଛି, ଶୁକ୍ରବାର ଅପରାହ୍ନରେ ବନ୍ଦରଗାହ ଶହରରେ ଥିବା ଗ୍ୱାଦର (ବେଲୁଚିସ୍ତାନ ସୀମା)ରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ଛୁଆ ସମେତ ମହିଳା ଏବଂ ପୁରୁଷ ରହିଛନ୍ତି। ତେବେ ବିସ୍ଫୋରଣ ପଛରେ କିଏ ରହିଛି ସେ ନେଇ ସୂଚନା ମିଳିନାହିଁ।
ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋଟିଏ ଲାଲ ରଙ୍ଗର କାରରେ ଚୀନର ଇଞ୍ଜିନିୟର ମାନେ ଯାଉଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ତେଣୁ ଚୀନର ନାଗରିକଙ୍କୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି। ଏହି ବିସ୍ଫୋରଣରେ ମୋଟ୍ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ୬ ଜଣ ଚାଇନା ନାଗିରକ, ଦୁଇ ଜଣ ଛୋଟ ଛୁଆ ଏବଂ ଜଣେ ସାଧାରଣ ନାଗିରକଙ୍କୁ ମିଶାଇଲେ ମୋଟ୍ ୯ ଜଣ ରହିଥିବା କୁହାଯାଉଛି।
The post ପୁଣି ପାକିସ୍ତାନରେ ବିସ୍ଫୋରଣ, ମୃତକଙ୍କ ମଧ୍ୟରେ ଚାଇନାର ନାଗରିକ appeared first on Odisha Reporter.
from Odisha Reporter https://ift.tt/3j51DML
No comments:
Post a Comment