ସଚିନ୍‌ଙ୍କ ଦୁର୍ବଳତା କହିଲେ ମୁରଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ସଚିନ୍‌ଙ୍କ ଦୁର୍ବଳତା କହିଲେ ମୁରଲୀ

ନୂଆଦିଲ୍ଲୀ: ‘ସଚିନ ତେନ୍ଦୁଲକରଙ୍କୁ ବୋଲିଂ କରିବାକୁ ଡର ଲାଗୁ ନଥିଲା। କାରଣ ସେ ବୀରେନ୍ଦ୍ର ସେହୱାଗଙ୍କ ଭଳି କ୍ଷତି ପହଞ୍ଚାଉ ନଥିଲେ। ସେ (ସଚିନ୍) ବଲ୍‌କୁ ଭଲ ଭାବେ ପଢ଼ିପାରନ୍ତି ଓ ନିଜ ୱିକେଟ୍‌କୁ ରକ୍ଷା କରିପାରନ୍ତି। ଟେକ୍‌ନିକ୍‌ରେ ତାଙ୍କର ଭରପୂର ଜ୍ଞାନ ରହିଛି।’ ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋକୁ ଦେଇଥିବା ଏକ ସାକ୍ଷାତକାରରେ ଏକଥା କହିଛନ୍ତି ବିଶ୍ୱର ଅନ୍ୟତମ ମହାନ ବୋଲର ମୁଥିଆ ମୁରଲୀଧରନ।

ଏହା ସହିତ ସେ ସଚିନ୍‌ଙ୍କ ଦୁର୍ବଳତା ସଂପର୍କରେ ମଧ୍ୟ କହିଛନ୍ତି। ମୁରଲୀ କହିଛନ୍ତି, ମୋ କ୍ୟାରିୟର ଭିତରେ ମୋତେ ଅନୁଭବ ହୋଇଛି ଯେ ସଚିନ୍ ଅଫ୍-ସ୍ପିନ୍ ବିରୋଧରେ ଟିକେ ଦୁର୍ବଳ ଥିଲେ। ଲେଗ୍-ସ୍ପିନ୍‌ ବଲ୍‌କୁ ସେ ନିସ୍ତୁକ ପ୍ରହାର କରୁଥିଲେ। କିନ୍ତୁ ଅଫ୍-ସ୍ପିନ୍‌ରେ ତାଙ୍କୁ ଟିକେ ସମସ୍ୟା ହେଉଥିଲା। କାରଣ ତାଙ୍କୁ ମୁଁ ଏକାଧିକ ଥର ଆଉଟ୍ କରିଛି। ଆହୁରି ଅନେକ ଅଫ୍‌-ସ୍ପିନର ମଧ୍ୟ ତାଙ୍କୁ ଏକାଧିକ ଥର ଆଉଟ୍ କରିଛନ୍ତି। ମୁଁ ଏହା ଦେଖିଛି।

ସେ ଆହୁରି କହିଛନ୍ତି, ମୁଁ ଏହାର କାରଣ ସଂପର୍କରେ ଜାଣିନାହିଁ। ମୁଁ ଏସଂପର୍କରେ ସଚିନଙ୍କ ସହିତ କେବେ କଥା ମଧ୍ୟ ହୋଇନାହିଁ। ତେବେ ସଚିନ ଜଣେ ବହୁତ ଭଲ ଖେଳାଳି। ତାଙ୍କୁ ଆଉଟ୍ କରିବା ଭାରି କଷ୍ଟ।

ମୁରଲୀ କହିଛନ୍ତି, ବୀରେନ୍ଦ୍ର ସେହୱାଗ ଜଣେ ବିପଜ୍ଜନକ ଖେଳାଳି। ତାଙ୍କ ପାଇଁ ଆମେ ସୀମାରେ ଫିଲଡର ରଖୁ। କାରଣ ସେ ସବୁବେଳେ ନିଜ ସୁଯୋଗ ଅପେକ୍ଷାରେ ରହୁଥିଲେ। ଯେଉଁ ଦିନଟି ତାଙ୍କର ରହୁଥିଲା, ସେହି ଦିନ ସେ ସମସ୍ତଙ୍କୁ ପ୍ରହାର କରୁଥିଲେ।

ସୂଚନାଯୋଗ୍ୟ, ବିଶ୍ୱର ଏକମାତ୍ର ବୋଲର ଭାବେ ଟେଷ୍ଟରେ ୮୦୦ ଓ ଦିନିକିଆରେ ୫୩୦ ୱିକେଟ୍ ନେଇଥିବା ମୁରଲୀଧରନ ତାଙ୍କ କ୍ୟାରିୟରେ ସଚିନ ତେନ୍ଦୁଲକରଙ୍କୁ ୧୩ ଥର ଆଉଟ୍‌ କରିଥିଲେ। ଏହି କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ବ୍ରେଟ୍ ଲି’ଙ୍କ ଠାରୁ ପଛରେ ଥିଲେ। କାରଣ ସଚିନ୍‌ଙ୍କୁ ଲି’ ୧୪ ଥର ଆଉଟ୍ କରିଥିଲେ।

The post ସଚିନ୍‌ଙ୍କ ଦୁର୍ବଳତା କହିଲେ ମୁରଲୀ appeared first on Odisha Reporter.



from Odisha Reporter https://ift.tt/3D3Ai5x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages